FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ବିକାଶ ଠାରୁ ବହୁ ଦୁରରେ ମାଣିକେଶ୍ଵରୀ ପଞ୍ଚାୟତ, କାମରେ ଆସୁନି ମୋବାଇଲ ଟାୱାର

ବିକାଶ ଠାରୁ ବହୁ ଦୁରରେ ମାଣିକେଶ୍ଵରୀ ପଞ୍ଚାୟତ, କାମରେ ଆସୁନି ମୋବାଇଲ ଟାୱାର

ବିକାଶ ଠାରୁ ବହୁ ଦୁରରେ ମାଣିକେଶ୍ଵରୀ ପଞ୍ଚାୟତ, କାମରେ ଆସୁନି ମୋବାଇଲ ଟାୱାର
SHARE NOW :

କନ୍ଧମାଳ(ଲାଇଭ ଓଡିଶା ନ୍ୟୁଜ): ଦେଶରେ ସ୍ୱାଧୀନତାକୁ ୭୫ବର୍ଷ ପୁରିଯାଇଥିଲେ ମଧ୍ୟ ଆଜିବି କିଛି ଗାଁ ବିକାଶ ଠାରୁ ବହୁ ଦୂରରେ । ସେଠାରେ ନାଁ ଅଛି ବିକାଶ ନାଁ ଅଛି ଆଧୁନିକତା । ସରକାର ଉନ୍ନତିର ଯେତେ ଡିଣ୍ଡୋରା ପିଟୁଥିଲେ ମଧ୍ୟ ଉନ୍ନତିର ବହୁ ପଛରେ ରହିଯାଇଛି କିଛି ଗାଁ । ଆଜି ମଧ୍ୟ ସେଠାକାର ଲୋକମାନେ ପରାଧୀନ ଭଳି ଜୀବନ ବିତାଉଛନ୍ତି । ଆଜି ଆମେ କହୁଛୁ ବିକାଶ ଠାରୁ ବହୁ ଦୂରରେ ଥିବା କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ୬କିମି ଦୂର ଅବସ୍ଥିତ ମାଣିକେଶ୍ୱରୀ ପଞ୍ଚାୟତ ବିଷୟରେ । ଏହି ଗ୍ରାମରେ ପ୍ରାୟ ୫୦୦୦ରୁ ଉର୍ଦ୍ଧ ଗ୍ରାମବାସୀ ବସବାସ କରନ୍ତି । କିନ୍ତୁ ଆଜିକା ସମୟରେ ମଧ୍ୟ ସେମାନଙ୍କ ଅଞ୍ଚଳରେ ଅଧୁନିକତାର ଛାପ ପଡିପାରିନାହିଁ । ସରକାର ପଂଚାୟତରେ ଗତ ତିନି ବର୍ଷ ହେବ ଲୁହା ପାଇପ ମାଧ୍ୟମରେ ୨୫ଫୁଟ ଉଚ୍ଚତାର ବିଏସଏନଏଲ ଟାୱାର ନିର୍ମାଣ କରାଯାଇଛି । କିନ୍ତୁ ନିର୍ମାଣ ;ହେବାର ୩ବର୍ଷ ବିତିଯାଇଥିଲେ ମଧ୍ୟ ଲୋକଙ୍କ କାର୍ଯ୍ୟରେ ଆସୁନି ମୋବାଇଲ ଟାୱାର । ଯାହାଫଳରେ ଗ୍ରାମବାସୀ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯଦି କୌଣସି ଲୋକ ରୋଗରେ ଆକ୍ରାନ୍ତ ହେଉଛନ୍ତି ସେଥିପାଇଁ ୧୦୮ ଆମ୍ବୁଲାନ୍ସକୁ ମଧ୍ୟ ଯୋଗାଯୋଗ କରିହେଉନି । ଏପଟେ କରୋନା ମହାମାରୀ ଚାଲିଥିବାବେଳେ ପିଲାମାନେ ଅନଲାଇନ ମାଧ୍ୟମରେ ଶିକ୍ଷା ଗ୍ରହଣ କରୁଛନ୍ତି । କିନ୍ତୁ ଏଡାକାର ପିଲାମାନେ ଏଥିରୁ ବଂଚିତ ହେଉଛନ୍ତି । ଆଜି ପର୍ଯ୍ୟନ୍ତ ଏଠାକାର ପିଲାମାନେ ଇଣ୍ଟରନେଟର ବ୍ୟବହାର ଶିଖିପାରିନାହାନ୍ତି । ତଥାପି ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇପାରୁନାହାନ୍ତି । ତେଣୁ ଶେଷରେ ଗ୍ରାମବାସୀ ନିରାଶ ହୋଇ ଜିଲ୍ଲା ପ୍ରଶାସନକୁ ଗ୍ରାମରେ ଜିଓ ଟାୱାର ସ୍ଥାପନା କରିବା ପାଇଁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।

Leave a Reply

Your email address will not be published. Required fields are marked *

Related Posts