FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଜାତୀୟ ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ବିଶାଳ ଆଇନ ସେବା ଓ ସହାୟତା ପ୍ରଦାନ ଶିବିର

ଜାତୀୟ ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ବିଶାଳ ଆଇନ ସେବା ଓ ସହାୟତା ପ୍ରଦାନ ଶିବିର

ଜାତୀୟ ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ବିଶାଳ ଆଇନ ସେବା ଓ ସହାୟତା ପ୍ରଦାନ ଶିବିର
SHARE NOW :

ଝାରସୁଗୁଡା(ଲାଇଭ ଓଡିଶା ନ୍ୟୁଜ): ଅଖିଳ ଭାରତୀୟ ଆଇନ ସଚେତନତା ଏବଂ ପ୍ରସାରଣ କାର‌୍ୟକ୍ରମ ର ଅଂଶ ସ୍ୱରୂପ ଜାତୀୟ ତଥା ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତଥା ଜିଲ୍ଲା ପ୍ରଶାସନ ର ମିଳିତ ସହଯୋଗ ରେ ଝାରସୁଗୁଡ଼ା ର ଙଝଇଚ ଦ୍ଵିତୀୟ ବାଟାଲିୟନ ପ୍ୟାରେଡ୍ ପଡିଆ ଠାରେ ଏକ ବିଶାଳ ଆଇନ ସେବା ଓ ସହାୟତା ପ୍ରଦାନ ଶିବିର ଅନୁଷ୍ଠିତ ହେଇ ଯାଇଛି। ଏଥିରେ ଜିଲ୍ଲା ଦୌରା ଜଜ୍ ତଥା ଅଧ୍ୟକ୍ଷ, ମୁଖ୍ୟ ଅତିଥି ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀ ପ୍ରଦୁମ୍ନ କୁମାର ନାୟକ, ନିର୍ଦ୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଝାରସୁଗୁଡ଼ା ସମ୍ମାନିତ ଅତିଥି ଶ୍ରୀ ତପିରାମ ମାଝୀ, ଅତିରିକ୍ତ ଜିଲ୍ଳା ଜଜ୍ ତଥା ପୋସ୍କୋ କୋର୍ଟ ପ୍ରିଶାଇଡିଂ ଅଧିକାରୀ ଶ୍ରୀ ମଦନ ଲାଲ୍ କେଡ଼ିଆ, ଜିଲ୍ଲା ଓକିଲ ସଂଘ ସଭାପତି ଶ୍ରୀ ତ୍ରିନାଥ ଗୁଆଲ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଲମ୍ବୋଦର ବୁଡ଼ା, ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶ୍ରୀ ଲଙ୍କେଶ୍ଵର ଅମାତ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରବୀର କୁମାର ନାୟକ, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଏହି ଶିବିର ମୁଖ୍ୟତଃ କୋଭିଡ -୧୯ କାରଣରୁ ଅନାଥ ବାଳକ ବାଳିକା ମାନଙ୍କୁ ସହାୟତା ପ୍ରଦାନ କରିବା ତଥା ସରକାରଙ୍କ ତରଫରୁ ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନା ଲୋକଙ୍କୁ ବାଣ୍ଟିବା। ଏଥିରେ କୃଷି ବିଭାଗ ତରଫରୁ ୨ ଜଣଙ୍କୁ ପାୱାର ଟିଳର ସବ୍ସିଡି , ସାମାଜିକ ସୁରକ୍ଷା ତଥା ସଶକ୍ତିକରଣ ବିଭାଗ ତରଫରୁ ୧୫୮ ଜଣଙ୍କୁ ବିଭିନ୍ନ ପେନସନ ସହାୟତା ପ୍ରଦାନ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଆଶୀର୍ବାଦ ଯୋଜନା ରେ ୬୫୦ ଜନ କୋଭିଡ଼ ଜନିତ ଅନାଥ ଶିଶୁଙ୍କୁ ସହାୟତା ରାଶି ପ୍ରଦାନ , ଓଡ଼ିଶା ଜୀବିକା ମିଶନ ତରଫରୁ ୨୪ ଟି ଜିପିଲ୍ଏଫ ଓ ସିଏଲ୍ଏଫ୍ କୁ ସହାୟତା ରାଶି, ଜିଲ୍ଲା କଲ୍ୟାଣ ବିଭାଗ ତରଫରୁ ୫୭ ଜଣଙ୍କୁ ଜଙ୍ଗଲ ଅଧିକାର ପଟ୍ଟା ପ୍ରଦାନ, ଜିଲ୍ଲା ଶ୍ରମ କାର‌୍ୟ୍ୟାଳୟ ୨୦ ଜଣଙ୍କୁ ବିଭିନ୍ନ ସହାୟତା ରାଶି ପ୍ରଦାନ ପ୍ରଦାନ କରାଯାଇଥିଲା। ମୁଖ୍ୟ ଅତିଥି ଲୋକଙ୍କ ପାଖରେ କିପରି ଆଇନ ପଂହଚି ପାରିବ ତଥା ନିଜ ଅଧିକାର ପ୍ରତି ସଚେତନ ହେବେ ତାହା ଉପରେ ଆଲୋକପାତ କରିଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣ ଗାଁ ଗାଁ ସ୍ତର କୁ ଯାଇ ଆଇନ ସେବା ଯୋଗାଉଛି ତଥା ସଚେତନ କରୁଛି। ସମ୍ମାନିତ ଅତିଥି ସମ୍ବିଧାନ ତଥା ଆଇନ ସେବା ପ୍ରାଧିକରଣ ଦ୍ଵାରା ପ୍ରଦତ୍ତ ଅଧିକାର ଲୋକଙ୍କୁ ଜାଣିବାର ଅଛି ଏବଂ ଶାନ୍ତି, ମୈତ୍ରୀ, ପରୋପକାର ପାଇଁ ଆଇନ ସହାୟତା ଉପରେ ଗୁରୁ୍ତ୍ୱରୋପ କରିଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣ, ସମ୍ପାଦକ ଶ୍ରୀ ହର ପ୍ରସାଦ ପାଢ଼ୀ,ସିନିୟର୍ ଜଜ୍ ସ୍ବାଗତ ଭାଷଣ ଧନ୍ୟବାଦ୍ ଅର୍ପଣ ପୂର୍ବକ ଶିବିରକୁ ପରିଚାଳନା କରିଥିଲେ ଓ ସୁଶ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ପଟେଲ, ଶିକ୍ଷ୍ୟାନବିଶ ସିଭିଲ ଜଜ୍ ମଞ୍ଚ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *

Related Posts