- Home
- »
- Breaking News
- »
- ନାତିର କୁରାଢ଼ୀ ଚୋଟରେ ଆଈର ମୃତ୍ୟୁ
ନାତିର କୁରାଢ଼ୀ ଚୋଟରେ ଆଈର ମୃତ୍ୟୁ

SHARE NOW :
ମୟୂରଭଞ୍ଜ(ଲାଇଭ ଓଡିଶା ନ୍ୟୁଜ): ନାତିର କୁରାଢ଼ୀ ଚୋଟରେ ଆଈର ମୃତ୍ୟୁ। ମୃତକ ହେଲେ କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବଡ଼ିଆ ପଞ୍ଚାୟତ ବାଉଁଶକଣ୍ଟିଆ ଗାଁର ସମ୍ବାରି ହେମ୍ବ୍ରମ। ଅଭିୟୁକ୍ତ ହେଲେ ନାତି ଲକ୍ଷ୍ମଣ ଟୁଡୁ। ଘଟଣା ଅନୁସାରେ ଘୋରାଇ କଳିକୁ ନାତି ଓ ଆଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଘଟଣାରେ ଅତିଷ୍ଠ ହୋଇ ନିକଟରେ ପଡିଥିବା କୁରାଢ଼ୀରେ ଉପସ୍ଥିତ ଥିବା ଗ୍ରାମବସୀ ମାନଙ୍କୁ ମାରିବାକୁ ଚେଷ୍ଟା କରିଥିବା ବେଳେ ଆଇ ପ୍ରତିରୋଧ କରିବାରୁ ବେକରେ ହାଣିଥିଲେ। ଏହା ସହିତ ଘରେ ଥିବା ଏକ ଖାସୀ କୁ ମଧ୍ୟ ହାଣି ଦେଇଥିଲେ। ଘଟଣା ସ୍ଥଳରେ ଆଈର ମୃତ୍ୟୁ ହୋଇଥିବା ବେଳେ ଖବର ପାଇ କୁଳିଅଣା ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳକୁ ଯାଇ ଅଭିୟୁକ୍ତ ନାତିକୁ ଗିରଫ କରିବା ସହିତ କେସ ନଂମ୍ବର ୧୪୯/୨୧ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ପିଆରଏମ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।