FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ନିର୍ମାଣ ଶ୍ରମିକ ସଂଘର ବୈଠକ

ନିର୍ମାଣ ଶ୍ରମିକ ସଂଘର ବୈଠକ

ନିର୍ମାଣ ଶ୍ରମିକ ସଂଘର ବୈଠକ
SHARE NOW :

ଜୟପାଟଣା (ଲାଇଭ ଓଡିଶା ନ୍ୟୁଜ୍‌) : ଆଜି କଲମପୁର ବ୍ଲକ ଖଙ୍ଗର୍ଗୁଡା ଠାରେ ନିର୍ମାଣ ଶ୍ରମିକ ମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବଡ଼ କୁଟୁରୁ,ଓ ବିଜମାର,ଗ୍ରାମପଞ୍ଚାୟତ ପ୍ରାୟ ଦୁଇଶହ ରୁ ଅଧିକ କୃଷକ ଶ୍ରମିକ ମାନେ ଯଥା ମିସ୍ତ୍ରୀ, ବଢେଇ, କୁମ୍ଭକାର, କମାର , ସ୍ୱର୍ଣକାର, ବିୟଲଦର୍, ଆଦି ଉକ୍ତ ବୈଠକ ରେ ଯୋଗ ଦେଇଥିଲେ।
ଏମାନଙ୍କ ମଧ୍ୟରୁ କିଛି ଶ୍ରମିକ ଙ୍କ ନାମ ଜିଲ୍ଲା ଶ୍ରମ ଅଧିକାରୀ ଙ୍କ ଠାରେ ପଞ୍ଜିକୃତ ହୋଇଥିବା ବେଳେ ସେମାନଙ୍କୁ କିନ୍ତୁ କୌଣସି ପ୍ରକାର ସରକାରୀ ସାହାଯ୍ୟ ସହ ଯୋଗ ମିଳୁ ନାହିଁ। ଅନ୍ୟପକ୍ଷରେ ଯେଉଁମାନେ ପଞ୍ଜିକୃତ କରିନାହାନ୍ତି ସେମାନେ ଜିଲ୍ଲା ଶ୍ରମ ଅଧିକାରୀ ଙ୍କ ନିକଟରେ ଏଥିପାଇଁ ଦରଖାସ୍ତ ଦେଇ ମଧ୍ୟ ବିଫଳ ହଉଛନ୍ତି । ଏଣୁ ଉକ୍ତ ଶ୍ରମିକ ମାନଙ୍କ ସାମଗ୍ରିକ ସମସ୍ୟା ର ସମାଧାନ ପାଇଁ ଉକ୍ତ ଦୁଇଟି ଗ୍ରାମ ପଞ୍ଚାୟତ ରେ ଶ୍ରମିକ ସଂଘ ଗଠନ କରାଯାଇଥିଲା । ଉକ୍ତ କାର‌୍ୟ୍ୟକ୍ରମରେ ମୁଖ୍ୟ ଅଥିତି ତଥା ଉପଦେଷ୍ଟା ଭାବେ ଆଇନ୍ ଯିବି ଦିଗମ୍ବର ଦୁରିଆ, ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପିତାମ୍ବର ସାହୁ , କିଶୋର ଶବର, ଗଣେଶ ନାଗ, ବେଣୁପାଣି ଦୁର୍ଗା, ଆଦି ଯୋଗ ଦେଇଥିଲେ । ବିଜମାର ପଞ୍ଚାୟତ ସଭାପତି ଭାବେ ଚନ୍ଦ୍ର ଧ୍ଵଜ ନାଏକ , ସମ୍ପାଦକ ଭାବେ ଅଜିତ ରାଉତ ଓ ବଡ଼ କୁଟ୍ରୁ ପଞ୍ଚାୟତ ସଭାପତି ଭାବେ ଦେବ ପ୍ରସାଦ ମହାରଣା, ଓ ସମ୍ପାଦକ ନାରାୟଣ ସୁନାନୀ ମନୋନିତ ହୋଇଥିଲେ।

Leave a Reply

Your email address will not be published. Required fields are marked *

Related Posts