ଶୀତର ପ୍ରଭାବରେ ଖସୁଛି ପାରଦ

SHARE NOW :
ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ) : ରାଜ୍ୟରେ ଏବେ ଶୀତର ପ୍ରଭାବରେ ଧୀରେ ଧୀରେ ତଳକୁ ଖସୁଛି ପାରଦ । ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗିବାଡ଼ିରେ ପାରଦ ୧୧ ଡିଗ୍ରୀକୁ ଖସିଆସିଛି । ଶୁକ୍ରବାର ଏଠାରେ ପାରଦ ସର୍ବନିମ୍ନ ୧୬ ଡିଗ୍ରୀ ଥିବା ବେଳେ ଶନିବାର ପାରଦ ୫ଡିଗ୍ରୀ ତଳକୁ ଖସିଆସିଛି । ଯାହାଫଳରେ ଶୀତର ପ୍ରଭାବ ଅଧିକ ମାତ୍ରାରେ ଅନୁଭୁତ ହେଉଛି ।
ଭବାନୀପାଟଣାରେ ସର୍ବନିମ୍ନ ତାପମାତ୍ରା ୧୬.୮ ଡିଗ୍ରୀ, ସୋନପୁରରେ ୧୭, କେନ୍ଦୁଝରରେ ୧୮, ଝାରସୁଗୁଡ଼ାରେ ୧୮.୬, ଅନୁଗୁଳରେ ୧୯, ନୟାଗଡ଼ରେ ୧୯ ଏବଂ ହୀରାକୁଦରେ ସର୍ବନିମ୍ନ ତାପମାତ୍ରା ୧୯.୧ ଡିଗ୍ରୀ ରେକର୍ଡ ହୋଇଛି ।
ସେହିପରି ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ୧୫.୨ ଓ ଭବାନୀପାଟଣାରେ ୧୬.୮ଡିଗ୍ରୀକୁ କମିଛି । ଏହା ସହିତ ରାଜ୍ୟରୁ ସମ୍ପୂର୍ଣ୍ଣ ଭାବରେ ମୈସୁମୀ ବାୟୁ ଫେରିଯାଇଛି । ତେଣୁ ଆଉ ବର୍ଷାର ମଧ୍ୟ ସମ୍ଭାବନା ନାହିଁ ।