FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. କୋଟିପତି ନିଶା ବ୍ୟବସାୟୀ ,ଜେଲରେ ବାପା ପୁଅ

କୋଟିପତି ନିଶା ବ୍ୟବସାୟୀ ,ଜେଲରେ ବାପା ପୁଅ

କୋଟିପତି ନିଶା ବ୍ୟବସାୟୀ ,ଜେଲରେ ବାପା ପୁଅ
SHARE NOW :


(ଖୋର୍ଦ୍ଧା)ନୀଳାଚଳ ନ୍ୟୁଜ ବ୍ୟୁରୋ : ଦିନକୁ ଦିନ ବଢିଚାଲିଛି ନିଶା ବ୍ୟବସାୟ । ଯାହାକୁ ଆୟତ କରିବା କୁ ଦିନ ରାତି ଉଦ୍ୟମ କରୁଛନ୍ତି ପ୍ରସାଶନ ଏବଂ ପୋଲିସ ଅଧିକାରୀ । ରାଜ୍ୟରେ ପ୍ରତିଦିନ ଗଞ୍ଚେଇ ଚୋରା ଚଲଣା ଚାଲିଥିବା ବେଳେ ପୋଲିସ ତରଫରୁ ମଧ୍ୟ ଏହି ନିଶା ବ୍ୟବସାୟୀଙ୍କୁ ଧରିବାକୁ ବ୍ୟାପକ ପ୍ରସ୍ତିତି ଚାଲିଛି । ପ୍ରତିଦିନ ଲକ୍ଷ ଲ୭ ଟଙ୍କା ଗଞ୍ଚେଇ ଜବତ ହେଉଛି । ହେଲେ ଦିଲ ରାତି ବେଧଡକ ଭାବରେ ଚାଲିଛି ଏହି ଚୋରା କାରବା÷କ । ଗତ କାଲି ରାତିରୁ ଖୋର୍ଦ୍ଧା ସାମନ୍ତରା ପୁର ନିଶାବ୍ୟବସାୟୀ ଭୁଜବଳଙ୍କ ଘରେ ପୋଲିସର ରେଡ୍ ପଡିଛି । ଦୀର୍ଘ ୧୨ ଘଣ୍ଟାରୁ ଅଧିକ ସମୟ ହେଲା ଚଢ଼ାଉ ଚାଲିଛି । ସୋମନାଥ ଭୁଜବଳଙ୍କ ଡ୍ରାଇଭରକୁ ମଧ୍ୟ ଅଟକ ରଖି ପଚରାଉଚରା କରୁଛି ପୋଲିସ । ସୋମନାଥ ଭୁଜବଳ ଏବଂ ତାଙ୍କ ବାପା କୃଷ୍ଣଚନ୍ଦ୍ର ଧଳାଜହର ବେପାର କରି କୋଟି କୋଟି ଟଙ୍କା ବେଆଇନ୍ ଭାବେ ଆୟ କରିଥିବା ଅଭିଯୋଗ ହୋଇଛି । ସମ୍ପତ୍ତି ଆକଳନ କରିବା ପାଇଁ ତହସିଲଦାର ପହଞ୍ଚିଛନ୍ତି । ଉଭୟ ଭୁଜବଳ ବାପ ପୁଅଙ୍କ ନାଁରେ ୧୨ଟି କେସ ରହିଛି । ୧୨ ଘଣ୍ଟାର ଏହି ଚଢାଉରେ କୋଟି କୋଟି ଟଙ୍କାର ସଂମ୍ପତିର କାଗଜ ପତ୍ର ଜବତ କରିଛି ପୋଲିସ । ଉଭୟ ବାପା ପୁଅ ଆରେଷ୍ଟ ହୋଇ ଏବେ ପୁରୀ ଜେଲରେ ଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *

Related Posts