ନିଖୋଜ ଥିବା ଓଡ୍ରାଫ୍ ଯବାନ ସୀତାରାମ ମୁର୍ମୁଙ୍କ ମୃତ ଶରୀର ଉଦ୍ଧାର

SHARE NOW :
ଭୁବନେଶ୍ୱର, ୨୫.୯(ଲାଇଭ୍ ଓଡିଶା ନ୍ୟୁଜ୍): ମୁଣ୍ଡଳି ବ୍ରିଜ୍ରେ ଗତକାଲି ହୋଇଥିବା ବୋଟ ଦୁର୍ଘଟଣାରେ ନିଖୋଜ ଥିବା ଓଡ୍ରାଫ୍ ଯବାନ ସୀତାରାମ ମୁର୍ମୁଙ୍କ ମୃତ ଶରିର ଉଦ୍ଧାର କରାଯାଇଛି । ଗତକାଲି ବୋଟ ଦୁଘ୍ରଟଣାରେ ସୀତାରାମ ନିଖୋଜ ହୋଇଯାଇଥିଲେ । ଦୀର୍ଘ ଘଣ୍ଟାର ଅପରେସନ୍ ପରେ ଓଡ୍ରାଫ୍ ଟିମ ସଦସ୍ୟଙ୍କ ମୃତ ଦେହ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି NDRF ଟିମ ।
ମହାନଦୀର କଖଡି ମହାଳପଡା ଗୁମେଇ ସାହିରୁ ମୃୁତ ଦେହ ଉଧାର କରାଯାଇଥିବା ଜଣାପଡିଛି ।
ଗତକାଲି ହାତୀ ଉଦ୍ଧାର ବେଳେ ବୋଟ୍ ବୁଡିଯାଇଥିଲା । ସେଥିରେ ଓଡ୍ରାଫ୍ କର୍ମଚାରୀଙ୍କ ସମେତ ୨ ଜଣ ଗଣମାଧ୍ୟମ କର୍ମଚାରୀଙ୍କୁ ମିଶାଇ ମୋଟ ୭ ଜଣ ଥିଲେ । ଦୁର୍ଭାଗ୍ୟବଶତଃ ଜଣେ ଗଣମାଧ୍ୟମ ପ୍ରତିନିଧି ଅରିନ୍ଦମ ଦାସଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଜଣେ ଓଡ୍ରାଫ୍ କର୍ମଚାରୀ ନିଖୋଜ ଥିଲେ । ଦୀର୍ଘ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ନିଖୋଜଙ୍କ ମର ଶରୀର ଉଦ୍ଧାର କରାଯାଇଛି ।