ସଚେତନତା ଶିବିରରେ ବିଧାୟକ ପର୍ଶୁରାମ ଧଡା

SHARE NOW :
ସୋର(ଲାଇଭ ଓଡିଶା ନ୍ୟୁଜ):ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ମଧୁବାବୁ ପେନସନ ଯୋଜନା ଅର୍ନ୍ତଭୁକ୍ତ ରାଜ୍ୟରେ ବିଭିନ୍ନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଉଛି । ରାଜ୍ୟ ସରକାରଙ୍କ ଏହି ଅଭିନବ ପରିକଳ୍ପନା ର-ଞଜଇଘଝୠଋଜ ମାଧ୍ୟମରେ ଆଜି ସୋର ବ୍ଲକ ର ବିଭିନ୍ନ ପଞ୍ଚାୟତ ର ୭୨୫ ଜଣ ବାର୍ଦ୍ଧକ୍ୟ, ବିକଳାଙ୍ଗ ଓ ବିଧବା ହିତାଧିକାରୀ ମାନଙ୍କୁ ଭତ୍ତା ପ୍ରଦାନ କରାଯାଉଛି । ଏବଂ ଏହା ସହ କରୋନା ମହାମାରୀ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କ୍ରମେ ସୋର ବ୍ଲକର ୩୪ ହଜାର ୯୬୨ ଜଣ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ହିତାଧିକାରୀ ମାନଙ୍କୁ ୧୦୦୦ (ଏକ ହଜାର) ଟଙ୍କା ସହାୟତା ରାଶି ପ୍ରଦାନ କରାଯାଉଛି । ଏହି ଅବସରରେ ମାନ୍ୟବର ବିଧାୟକ ପର୍ଶୁରାମ ଧଡା ସୋର ଅଞ୍ଚଳର ବିଭିନ୍ନ ହିତାଧିକାରୀଙ୍କୁ ଭତ୍ତା ଟଙ୍କା ପ୍ରଧାନ କରି ମୁଖ୍ୟମନ୍ତ୍ରୀ ଙ୍କ ଏହି ଯୋଜନାକୁ ସୁଚାରୁରୂପେ ଚଲାଇଛନ୍ତି ।