- Home
- »
- ଟ୍ରେଣ୍ଡିଙ୍ଗ ନ୍ୟୁଜ୍
- »
- ୨କୋଟିରୁ ଊର୍ଦ୍ଧ୍ବ ବ୍ରାଉନସୁଗାର ଜବତ
୨କୋଟିରୁ ଊର୍ଦ୍ଧ୍ବ ବ୍ରାଉନସୁଗାର ଜବତ

SHARE NOW :
ବାଲେଶ୍ୱର(ନୀଳାଚଳ ନ୍ୟୁଜ୍): ଅବକାରୀ ବିବାଗ ଓ ପୋଲିସକୁ ମିଳିଛି ବଡ ସଫଳତା । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଷ୍ଟେସନ ବଜାର ସ୍ଥିତ ଡାଇମଣ୍ଡ ହୋଟେଲରେ ଆଜି ଅବକାରୀ ବିଭାଗ ଓ ପୋଲିସ ରତଫରୁ ଏକ ଚଢାଉ କରାଯାଇଛି । ଏଥିରେ ଦୁଇ କୋଟିରୁ ଅଧିକ ଟଙ୍କାର ବ୍ରାଉନ ସୁଗାର ଜବତ କରାଯାଇଥିବା ଜଣାପଡିଛି । ଏହି ଘଟଣାରେ ୩ଜଣଙ୍କୁ ଅଟକ ରଖିଛି ପୋଲିସ । ଉକ୍ତ ଅଭିଯୁକ୍ତମାନେ ହେଲେ ଡାଇମଣ୍ଡ ହୋଟେଲ ମାଲିକ ମୁକ୍ତାର ଅଲ୍ଲୀ ଖାଁ, ତାଙ୍କ ସ୍ତ୍ରୀ ଓ ଶାଶୁ । ଜବତ ହୋଇଥିବା ବ୍ରାଉନସୁଗାରର ମୁଲ୍ୟ ୨କୋଟି ୪୦ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି ।
ସୂଚନା ଅନୁଯାୟୀ, ସୋମବାର କୌଣସି ସୁତ୍ରରୁ ଖବରପାଇ ଜଳେଶ୍ୱର ପୁଲିସ ଓ ଅବକାରୀ ବିଭାଗ ଦ୍ବାରା ଷ୍ଟେସନ ବଜାରସ୍ଥିତ ଡାଇମଣ୍ଡ ହୋଟେଲରେ ମିଳିତ ଚଢଉ ହୋଇଥିଲା। ଏହି ଚଢ଼ାଉରେ ୨କିଲୋ ୪୦୦ଗ୍ରାମରୁ ଊର୍ଦ୍ଧ୍ବ ବ୍ରାଉନ ସୁଗାର ଜବତ ହୋଇଥିବା ଜଣାପଡିଛି । ପୋଲିସ ଓ ଅବକାପୀ ବିଭାଗ ଅଭିଯୁକ୍ତମାନଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ।