FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ପବିତ୍ର ବିଜୟ ଦଶମୀ ଅବସରରେ ଚାରିଆଡେ ପୂଜା ପାଉଛନ୍ତି ମା’ ଶକ୍ତି

ପବିତ୍ର ବିଜୟ ଦଶମୀ ଅବସରରେ ଚାରିଆଡେ ପୂଜା ପାଉଛନ୍ତି ମା’ ଶକ୍ତି

ଆଜି ଶକ୍ତିପୀଠରେ ପାଳିତ ହେଉଛି ମା’ଙ୍କର ମହାଷ୍ଟମୀ ପୂଜା
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ଆଜି ହେଉଛି ପବିତ୍ର ଦଶହରା । ଅଧର୍ମ ଉପରେ ଧର୍ମର ଜୟ ଓ ଅସତ୍ୟ ଉପରେ ସତ୍ୟର ବିଜୟର ଦିନଟିଏ । ଆଶ୍ୱିନ ଶୁକ୍ଳପକ୍ଷ ଅଷ୍ଟମୀ ଓ ନବମୀ ସନ୍ଧିକ୍ଷଣରେ ଦେବୀ ଦୁର୍ଗା ମହିଷାସୁରକୁ ବଦ୍ଧ କରିଥିବାବେଳେ ପ୍ରଭୁ ଶ୍ରୀରାମ ମାତୃଶକ୍ତି ବନଦୁର୍ଗାଙ୍କୁ ପୂଜା କରି ରାବଣକୁ ବଦ୍ଧ କରିଥିଲେ । ଏହି ସମୟରେ ମା ଦୁର୍ଗାଙ୍କୁ ମହାଶକ୍ତି ରୂପେ ପୂଜା କରାଯାଇଥାଏ । ନବମୀ ରାତିର ଅନ୍ଧକାର ସହିତ ଅନୁର ବଂଶ ନିପାତ ଫଳରେ ତିନିଲୋକରୁ ଅମଙ୍ଗଳ ଛାୟା ଅପସରି ଯାଇଥିଲା । ତେଣୁ ନବମୀ ପରବର୍ତ୍ତୀ ଦିନଠାରୁ ସମସ୍ତ ଶୁଭ କାର‌୍ୟ୍ୟ ଆରମ୍ଭ ହେଲା ବୋଲି ବିଶ୍ୱାସ ରହିଛି । ଆଜି ହେଉଛି ମାଙ୍କର ବିଶ୍ରାମର ଦିନ । କାରଣ କାଲି ଧରାପୃଷ୍ଠରୁ ମେଲାଣୀ ନେବେ ମା’ । ଏହାସହ ଆଜି ବିଭିନ୍ନ ପୂଜା ମଣ୍ଡପରେ ବଙ୍ଗାଳୀ ସମ୍ପ୍ରଦାୟର ସ୍ତ୍ରୀ ଲୋକେ ସିନ୍ଦୁର ଖେଳ କରିବାର ପରମ୍ପରା ବି ରହିଛି । ଦେଶବ୍ୟାପୀ ମାଙ୍କର ଏହି ପର୍ବକୁ ବହୁ ଆଡ଼ମ୍ବରରେ ପାଳନ କରାଯାଉଛି। କିନ୍ତୁ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋଭିଡ-୧୯ କଟକଣା ମଧ୍ୟରେ ଦଶହରା ପାଳନ କରାଯାଉଛି। କରୋନା ଯୋଗୁଁ ପୂଜା ପେଣ୍ଡାଲରେ ନାହିଁ ଶ୍ରଦ୍ଧାଳୁଙ୍କ ଭିଡ। ରାଜ୍ୟରେ ମେଳା ଓ ସାଂସ୍କୃତିକ କାର‌୍ୟ୍ୟକ୍ରମ ଗୁଡ଼ିକୁ ବାତିଲ କରାଯାଇଛି। ସାଜସଜ୍ଜା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି।

Leave a Reply

Your email address will not be published. Required fields are marked *

Related Posts