FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ସ୍ତ୍ରି କୁ ହତ୍ୟା କରି କୂଅରେ ପକାଇଲା ସ୍ବାମୀ, କାରଣ ଅସ୍ପଷ୍ଟ

ସ୍ତ୍ରି କୁ ହତ୍ୟା କରି କୂଅରେ ପକାଇଲା ସ୍ବାମୀ, କାରଣ ଅସ୍ପଷ୍ଟ

ସ୍ତ୍ରି କୁ ହତ୍ୟା କରି କୂଅରେ ପକାଇଲା ସ୍ବାମୀ, କାରଣ ଅସ୍ପଷ୍ଟ
SHARE NOW :


(ଲାଇଭଓଡିଶା ନ୍ୟୁଜ )ପାରିବାରିକ କଳହରୁ ହତ୍ୟା ନିଜ ଦୋଷ ଲୁଚାଇବାକୁ ସ୍ତ୍ରି କୁ ହତ୍ୟା କରି ଶବକୁ କୂଅରେ ଫିଙ୍ଗିଦେଲା ହତ୍ୟାକାରୀ ସ୍ବାମୀ। ଘଟଣା ମୁତାବକ ଆଜି ସକାଳୁ ବାରିପଦା ସଦର ଥାନା ଅର୍ନ୍ତଗତ ଚନ୍ଦନପୁର ପଞ୍ଚାୟତ ବୈଦିପୁର ଗ୍ରାମରେ ଏକ ପରିତ୍ୱକ୍ତ କୂଅରୁ ଦୁର୍ଗନ୍ଧ ବାହାରୁଥିବାର ଜାଣି କିଛି ଲୋକ କୂଅ ପାଖକୁ ଯାଇ କୂଅ ଭିତରେ ଏକ ମହିଳାଙ୍କ ଶବ ଭାସୁଥିବର ଦେଖିବାକୁ ପାଇଥିଲେ। ଏଭଳି ଘଟଣା ଦେଖି ଲୋକମାନେ ବାରିପଦା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ତେବେ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଓ ବାରିପଦା ସଦର ପୋଲିସ ପହଞ୍ଚି ଶବକୁ ଉଦ୍ଧାର କରିଥିଲେ। ମୃତ ମହିଳା ଜଣକ ସେହି ଗ୍ରାମର ୩୫ ବର୍ଷୀୟା କର୍ମୀ ମାରାଣ୍ଡି ବୋଲି ଜଣାପଡିଛି। ମୃତ କର୍ମୀ ମାରାଣ୍ଡି ହେଇଛନ୍ତି ମୁନସୀ ମାରାଣ୍ଡିଙ୍କ ପ୍ରଥମ ସ୍ତ୍ରୀ, ତାଙ୍କର ୩ଟି ଝିଅ ଓ ଗୋଟିଏ ପୁଅ ମଧ୍ୟ ରହିଛି। ସୂଚନା ଅନୁସାରେ ଗତ ୪ଦିନ ତଳେ ବାନ୍ଦଣା ପର୍ବକୁ ନେଇ ଉଭୟ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ଏବଂ ସ୍ୱାମୀ ମୁନୁଷି ମାର୍ଣ୍ଡି ସ୍ତ୍ରୀ କର୍ମୀ ମାର୍ଣ୍ଡିଙ୍କୁ ମାରପିଟ କରି ହତ୍ୟା କରିଥିଲେ । ଏବଂ ନିଜ ପିଲାମାନଙ୍କ ସମ୍ମୁଖ ରେ ଏଭଳି ଘଟଣା ଘଟିଥିଲା ବୋଲି ପିଲାମାନେ ପୋଲିସ ସମ୍ମୁଖରେ ପ୍ରକାଶ କରିଛନ୍ତି । ପୋଲିସ ଏହି ଘଟଣାରେ ସ୍ୱାମୀ ମୁନୁଷି ମାର୍ଣ୍ଡିଙ୍କୁ ଗିରଫ କରିବା ସହ ଘଟଣାର ଅଧିକ ତଦନ୍ତ ଜରିରଖିଛି।

Leave a Reply

Your email address will not be published. Required fields are marked *

Related Posts