- Home
- »
- ଟ୍ରେଣ୍ଡିଙ୍ଗ ନ୍ୟୁଜ୍
- »
- ବ୍ରଜରାଜନଗର ଉପନିର୍ବାଚନ : ଗଣତି ଆରମ୍ଭ, ସନ୍ଧ୍ୟାରେ ଆସିବ ଫଳାଫଳ
ବ୍ରଜରାଜନଗର ଉପନିର୍ବାଚନ : ଗଣତି ଆରମ୍ଭ, ସନ୍ଧ୍ୟାରେ ଆସିବ ଫଳାଫଳ

SHARE NOW :
ଭୁବନେଶ୍ୱର (ଲାଇଭ ଓଡ଼ିଶା): ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଉପନିର୍ବାଚନ ପାଇଁ ଗତମାସ ୩୧ ତାରିଖରେ ହୋଇଥିବା ମତଦାନର ଗଣତି ଆଜି ପୂର୍ବାହ୍ନ ୮ଟାରୁ ଆରମ୍ଭ ହୋଇଯାଇଛି । ଭୋଟ ଗଣତି ପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରାଯାଇଛି । ମତଦାନ ଗଣତି କେନ୍ଦ୍ର ବାହାରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି । ଆଜି ସନ୍ଧ୍ୟା ସୁଦ୍ଧା ଭୋଟଗଣତି ଶେଷ ହୋଇଯିବା ସହିତ ବ୍ରଜାରାଜନଗରକୁ ନୂଆ ବିଧାୟକ ମିଳିଯିବ ।
ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଗଣମାଧ୍ୟମର ପ୍ରତିନିଧିଙ୍କୁ ପୂର୍ବରୁ କହିଛନ୍ତି ଯେ, ପ୍ରଥମେ ପୋଷ୍ଟାଲ ବାଲଟ ଗଣାଯିବ । ଏହାର ୩୦ ମିନିଟ ପରେ ଷ୍ଟ୍ରଙ୍ଗରୁମ୍ରେ ରଖାଯାଇଥିବା ଇଭିଏମ୍ଗୁଡ଼ିକ ଖୋଲାଯାଇ ଗଣତି କରାଯିବ । ମୋଟ ୨୦ଟି ରାଉଣ୍ଡରେ ଭୋଟ ଗଣତି ହେଉଛି । ଏଥି ପାଇଁ ଗୁରୁବାର ସନ୍ଧ୍ୟା ସୁଦ୍ଧା ପ୍ରସ୍ତୁତି ଶେଷ ହୋଇଯାଇଥିଲା ।
ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ କହିଥିଲେ ଯେ, ଭୋଟ ଗଣତି ପାଇଁ ୨୦ ଜଣ ମାଇକ୍ରୋ ଅଭଜରଭର, ୨୦ ଜଣ କାଉଣ୍ଟି ସୁପରଭାଇଜର, ୨୦ ଜଣ କାଉଣ୍ଟିଂ ଆସିଷ୍ଟାଣ୍ଟକୁ ନିୟୋଜିତ କରାଯାଇଛି ।
ସୂଚନାଯୋଗ୍ୟ, ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ ହେବା ପରେ ଗତ ମେ’ ମାସ ୩୧ ତାରିଖରେ ବ୍ରଜରାଜନଗରରେ ଉପନିର୍ବାଚନ ହୋଇଥିଲା । ୭୧.୯୦ ପ୍ରତିଶତ ମତଦାନ ହୋଇଥିଲା । ନିର୍ବାଚନରେ ବିଜେଡି ପ୍ରାର୍ଥୀ ଅଲକା ମହାନ୍ତି, ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ଓ କଂଗ୍ରେସର ପାର୍ଥୀ କିଶୋର ପଟେଲଙ୍କ ମଧ୍ୟରେ ଅସଲ ପ୍ରତିଦ୍ୱନ୍ଦ୍ୱିତା ହୋଇପାରେ ।