FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. କରୋନା ପାଇଁ ନବୀନ ଏବର୍ଷ ପାଳିବେନି ତାଙ୍କ ଜନ୍ମଦିନ

କରୋନା ପାଇଁ ନବୀନ ଏବର୍ଷ ପାଳିବେନି ତାଙ୍କ ଜନ୍ମଦିନ

କରୋନା ପାଇଁ ନବୀନ ଏବର୍ଷ ପାଳିବେନି ତାଙ୍କ ଜନ୍ମଦିନ
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ନବୀନଙ୍କ ମହାନତା । କରୋନାକୁ ଦୃଷ୍ଟିରେ ରଖି ଜନ୍ମଦିନ ପାଳନ ନକରିବାକୁ ବିଜେଡି ସୁପ୍ରିମୋ ନିଷ୍ପତି ନେଇଛନ୍ତି । ଆସନ୍ତାକାଲି ସେ ୭୬ବର୍ଷରେ ପଦାର୍ପଣ କରୁଥିବା ବେଳେ ସେ ଏହି ଘୋଷଣା କରିଛନ୍ତି । ଏହାସହ ନବୀନ ଓଡିଶାବାସୀଙ୍କ ଭଲପାଇବା, ଶୁଭେଚ୍ଛା ଓ ଆର୍ଶୀବାଦ ପାଇଁ ସବୁବେଳେ ଋଣୀ ବୋଲି କହିଛନ୍ତି । କୋଭିଡ ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଥିବା ବେଳେ ଆମେ ସମସ୍ତେ କଠିନ ସମୟ ଦେଇ ଗତି କରୁଛୁ । ତେଣୁ ଏଭଳି ଏକ ସମୟରେ ନବୀନ ନିବାସ ନଆସି କୋଭିଡରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ସାହାଯ୍ୟ କରିବା ଓ ରକ୍ତଦାନ ଭଳି ମହତ କାର୍ଯ୍ୟରେ ସମସ୍ତେ ସାମିଲ ହେଲେ ତାହା ତାଙ୍କ ପାଇଁ ଶୁଭେଚ୍ଛା ହେବ ବୋଲି ନବୀନ କହିଛନ୍ତି । ନବୀନଙ୍କ ଜନ୍ମଦିନକୁ ବିଜେଡି କର୍ମୀ ମାନେ ବେଶ ଧୁମଧାମରେ ପାଳନ କରୁଥିଲେ । ନବୀନ ନିବାସରେ ହଜାର ହଜାର ସମର୍ଥକଙ୍କ ଭିଡ ଜମୁଥିଲା । କିନ୍ତୁ ଗତ କିଛି ବର୍ଷ ହେବ ଜନ୍ମଦିନ ପାଳନରୁ ଦୂରେଇ ରହିଛନ୍ତି ନବୀନ । କେତେବେଳେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ତ ପୁଣି କେବେ କରୋନା ମହାମାରୀ ପାଇଁ ଜନ୍ମଦିନ ପାଳୁନାହାନ୍ତି ନବୀନ ।

Leave a Reply

Your email address will not be published. Required fields are marked *

Related Posts