FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. କଳାହାଣ୍ଡିରେ ସ୍ମାର୍ଟ ହେଲ୍‌ଥ କାର୍ଡ

କଳାହାଣ୍ଡିରେ ସ୍ମାର୍ଟ ହେଲ୍‌ଥ କାର୍ଡ

କଳାହାଣ୍ଡିରେ ସ୍ମାର୍ଟ ହେଲ୍‌ଥ କାର୍ଡ
SHARE NOW :


କଳାହାଣ୍ଡି (ଲାଇଭ୍ ଓଡିଶା ନ୍ୟୁଜ୍‌) : ପ୍ରଗତିପଥରେ ଓଡିଶା । ଉନ୍ନତିର ରାସ୍ତାରେ ଅଗ୍ରଗତି ହେଉଛି ରାଜ୍ୟ । ଏଥିରେ ନବୀନଙ୍କ ଅବଦାନ ଅତୂଳନୀୟ । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଉପକୃତ ହେଉଛନ୍ତି ଓଡିଶାବାସୀ । ମାଲକାନଗିରିରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆଜି କଳାହାଣ୍ଡିରେ ପହଞ୍ଚିଛି । କଳାହାଣ୍ଡି ଗସ୍ତରେ ଯାଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସ୍ମାର୍ଟ ହେଲଥ କାର୍ଡ ଦ୍ୱାରା ୯୬ ଲକ୍ଷ ପରିବାରର ସାଢେ ୩ କୋଟି ଲୋକ ଉପକୃତ ହେବେ । ଜିଲ୍ଲାର ପ୍ରାୟ ୧୪ ଲକ୍ଷ ଲୋକ ଏହି ସୁବିଧା ପାଇବେ । ଧାନ ଉତ୍ପାଦନ, ମାଛ ଉତ୍ପାଦନ, କପା ଉତ୍ପାଦନ , ସବୁ କ୍ଷେତ୍ରରେ ବେଶ୍ ଆଗରେ ରହିଥିବା କଳାହାଣ୍ଡି ଏବେ ସ୍ମାର୍ଟସେବାରେ ମଧ୍ୟ ଆଗରେ ରହିବ । କାର୍ଡ ବଣ୍ଟନ ସହ ମୁଖ୍ୟମନ୍ତ୍ରୀ ୮୬୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ।
ଗତ ଜୁନରେ କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ଅପର ଇନ୍ଦ୍ରାବତି ଲିଫ୍ଟ କେନାଲ ସାହାଯ୍ୟରେ ୬୮ ପ୍ରତିଶତ ଜମିକୁ ଜଳ ଯୋଗାଣ ହୋଇପାରିଛି । ଏଥିପାଇଁ ନବୀନ ଖୁସି ପ୍ରକାଶ କରିବା ସହ ୧୦୦ ଆସନ ବିଶିଷ୍ଟ ସରକାରୀ ମେଡିକାଲ କଲେଜର ନିର୍ମାଣ କାମ ସରିବାକୁ ଯାଉଛି ବୋଲି କହିଥିଲେ କାର‌୍ୟ୍ୟକ୍ରମରେ ଅର୍ଥ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ ଦାସ, ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ, ଶକ୍ତି ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଦିବ୍ୟ ଶଂକର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।କଳାହାଣ୍ଡି (ଲାଇଭ୍ ଓଡିଶା ନ୍ୟୁଜ୍‌)

Leave a Reply

Your email address will not be published. Required fields are marked *

Related Posts