ସ୍ମାର୍ଟ ସେବାରେ ସାମିଲ ହେବ କେନ୍ଦୁଝର

SHARE NOW :
ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ) : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ କାର୍ଡ ଯୋଜନାରେ ସାମିଲ ହେବ ଆଉ ଏକ ଜିଲ୍ଲା । ପରିବର୍ତ୍ତନ ରାସ୍ତାରେ କେନ୍ଦୁଝର । ସ୍ମାର୍ଟ ହେବ ସ୍ୱାସ୍ଥ୍ୟସେବା । ଆଜି ଭିଡିଓ କନଫରେନସିଂ ଜରିଆରେ ସ୍ମାର୍ଟକାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଜିଲ୍ଲାରେ ମୋଟ ୪ ଲକ୍ଷ ୧୯ ହଜାର ୭୮୭ ଜଣ ହିତାଧିକାରୀ ଉପକୃତ ହେବେ । ଏହାସହ ୨୧୮ କୋଟି ଟଙ୍କାର ୬୩ଟି ନବ ନିର୍ମିତ ରାସ୍ତା ଓ ୫୦ କୋଟି ଟଙ୍କାର ୧୦ଟି ପୋଲ ଉଦଘାଟନ କରାଯିବ । ୫୬ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ୫୬ଟି ସ୍ବାସ୍ଥ୍ୟ ଯୋଜାନାରେ ଉନ୍ନତିକରଣ ଯୋଜନାର ଶୁଭାରମ୍ଭ କରାଯିବ । ମିଶନ୍ ସୁବିଦ୍ୟାରେ ୨ କୋଟି ୪୮ ଲକ୍ଷ ଟଙ୍କା ବ୍ୟୟରେ ଏସଏସଡି ହଷ୍ଟେଲ୍ ଉନ୍ନତିକରଣ କରାଯାଇଛି । ଏସବୁକୁ ଆଇଏସଓ ମାନ୍ୟତା ମିଳିଛି । ୬୫ ଲକ୍ଷ ଟଙ୍କା ବ୍ୟୟରେ ବଡବିଲରେ ଏକ ଲାଇବ୍ରେରୀର ଉଦଘାଟନ ହେବ । ୮୩ଟି ବହୁଭାଷୀ ସ୍କୁଲମାନଙ୍କୁ ଏକ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ଉପକରଣ ପ୍ରଦାନ କରାଯାଇଛି । ୬ କୋଟି ୬୮ ଲକ୍ଷ ଟଙ୍କା ବ୍ୟୟରେ ୫ଟି ଯୋଜନାରେ ୫ହଜାର ଲୋକ ଉପକୃତ ହେବେ । ଦକ୍ଷତା ବିକାଶ ପାଇଁ ୧୭ ଦଶମିକ ୪କୋଟି ଟଙ୍କାର ୨ଟି ପ୍ରକଳ୍ପ ଉଦଘାଟନ କରାଯିବ । ସେହିପରି ୧୨୭ଟି ରାସ୍ତା ଓ ୧୮ଟି ପୋଲ ପାଇଁ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାଶ କରାଯିବ । ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ମଧ୍ୟ ୨୨ଟି ପ୍ରକଳ୍ପର ଶିଳାନ୍ୟାସ କରାଯିବ ।