FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ନକ୍ସଲଙ୍କ ବର୍ବରକାଣ୍ଡ: ଲ୍ୟାଣ୍ଡମାଇନ୍ସରେ ଉଡାଇଲେ ରେଳଧାରଣା

ନକ୍ସଲଙ୍କ ବର୍ବରକାଣ୍ଡ: ଲ୍ୟାଣ୍ଡମାଇନ୍ସରେ ଉଡାଇଲେ ରେଳଧାରଣା

ନକ୍ସଲଙ୍କ ବର୍ବରକାଣ୍ଡ: ଲ୍ୟାଣ୍ଡମାଇନ୍ସରେ ଉଡାଇଲେ ରେଳଧାରଣା
SHARE NOW :

ରାଉରକେଲା(ଲାଇଭ ଓଡିଶା ନ୍ୟୁଜ): ମାଓବାଦୀଙ୍କ ବର୍ବରକାଣ୍ଡ । ଲ୍ୟାଣ୍ଡମାଇନ୍ସରେ ଉଡାଇଲେ ରେଳ ଧାରଣା । ଏଭଳି ଘଟଣା ଘଟିଛି । ଝାଡ଼ଖଣ୍ଡ ଚକ୍ରଧରପୁର ନିକଟ ଲୋଟା ପାହାଡ଼ ଏବଂ ସୋନୁଆ ମଧ୍ୟରେ । ଫଳରେ ହାଓ୍ଵଡ଼ା-ମୁମ୍ବାଇ ମାର୍ଗରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ରେଳବାଇ ପକ୍ଷରୁ ଟ୍ରାକ୍ ମରାମତି କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ଗତକାଲି ରାତିରେ ଲ୍ୟାଣ୍ଡ ମାଇନ୍ସରେ ଉଡାଇ ଦେଇଛନ୍ତି ନକ୍ସଲ । ବିସ୍ଫୋରଣରେ ରେଳ ଧାରଣା କ୍ଷତିଗ୍ରସ୍ତ ହୋଇଥିବାରୁ ହାଓ୍ଵଡ଼ା-ମୁମ୍ବାଇ ରୁଟ୍ରେ ବହୁ ଟ୍ରେନ ବିଳମ୍ବରେ ଚାଲିଛି । ଟ୍ରେନ ଚଳାଚଳ ସ୍ୱାଭାବିକ କରିବାକୁ ରେଳ ବିଭାଗ ପକ୍ଷରୁ ଉଦ୍ୟମ କରାଯାଉଛି । ଟପ୍ ମାଓନେତା କିଶନ ଦା ଓ ତାଙ୍କ ପତ୍ନୀ ଶିଲା ମାରାଣ୍ଡିଙ୍କ ଗିରଫ ପ୍ରତିବାଦରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *

Related Posts