FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ମାଓବାଦୀଙ୍କ କବଳରୁ ସ୍ୱାମୀକୁ ରକ୍ଷା କରିବା ପାଇଁ ତିନି ବର୍ଷର ଛୁଆକୁ ଧରି ଜଙ୍ଗଲରେ ବୁଲୁଛନ୍ତି ସ୍ତ୍ରୀ

ମାଓବାଦୀଙ୍କ କବଳରୁ ସ୍ୱାମୀକୁ ରକ୍ଷା କରିବା ପାଇଁ ତିନି ବର୍ଷର ଛୁଆକୁ ଧରି ଜଙ୍ଗଲରେ ବୁଲୁଛନ୍ତି ସ୍ତ୍ରୀ

ମାଓବାଦୀଙ୍କ କବଳରୁ ସ୍ୱାମୀକୁ ରକ୍ଷା କରିବା ପାଇଁ ତିନି ବର୍ଷର ଛୁଆକୁ ଧରି ଜଙ୍ଗଲରେ ବୁଲୁଛନ୍ତି ସ୍ତ୍ରୀ
SHARE NOW :

ମାଲକାନଗିରି(ଲାଇଭ ଓଡିଶା ନ୍ୟୁଜ): ବାଜିରେ ଲାଗିଥିବା ସିନ୍ଦୁର ପାଇଁ ୩ବର୍ଷର ଛୁଆକୁ ଧରି ଜଙ୍ଗଲରେ ବୁଲୁଛନ୍ତି ଜଣେ ଅସହାୟ ସ୍ତ୍ରୀ । ସ୍ୱାମୀ ମାଓବାଦୀଙ୍କ କବଳରେ ବନ୍ଧା ପଡିଥିବା ବେଳେ ମହିଳା ଜଣକ ଛୋଟ ଛୁଆଟିକୁ ଧରି ଜଙ୍ଗଲକୁ ଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ । ଗତ ଗୁରୁବାର ଦିନ ବିଜାପୁର ଜିଲ୍ଲାରେ ନିର୍ମାଣାଧୀନ ଏକ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାର କାର‌୍ୟ୍ୟ ତଦାରଖ କରିବାକୁ ଯାଇଥିଲେ ସବଇଞ୍ଜିନିୟର ଅଜୟ ରୋଷନ ଲାକ୍ରା ଓ ତାଙ୍କର ସହଯୋଗୀ ଲକ୍ଷ୍ମଣ ପ୍ରତୁଗିରି । ଏହି ସମୟରେ ମନକେଲି ଅଞ୍ଚଳରେ ୨୦ରୁ ୨୫ ଜଣ ମାଓବୀଦୀ ସେମାନଙ୍କୁ ଅପହରଣ କରିନେଇଥିଲେ । ତେବେ ମାଓବାଦୀଙ୍କ କବଳରୁ ମୁକ୍ତି ପାଇବା ପରେ ପୋଲିସକୁ ସମସ୍ତ କଥା କହିଛନ୍ତି ଲକ୍ଷ୍ମଣ । ଗତ କିଛି ଦିନ ଧରି ପତ୍ନୀ ସ୍ୱାମୀଙ୍କ ଫେରିବା ବାଟକୁ ଚାହିଁ ରହିବା ସହ ଏନେଇ ବିଜାପୁର ଏସପି କେ.କାଶ୍ୟପଙ୍କୁ ଗୁହାରି କରିଥିଲେ । ମାତ୍ର ପୋଲିସ ଏନେଇ କୌଣସି ପଦକ୍ଷେପ ନନେବାରୁ ସେ ବାଧ୍ୟ ହୋଇ ଗଣମାଧ୍ୟମରେ ନିଜର ଦୁଃଖ ବର୍ଣ୍ଣନା କରିଥିଲେ । ଅପହୃତ ସବଇଞ୍ଜିନିୟର ଅଜୟଙ୍କୁ ମୁକୁଳାଇବା ପାଇଁ ପୋଲିସ ପ୍ରୟାସ ଜାରି ରଖିଥିବା କହିଛନ୍ତି ଏସପି କାଶ୍ୟପ ।

Leave a Reply

Your email address will not be published. Required fields are marked *

Related Posts