FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଶ୍ରୀମନ୍ଦିର ପାଇଁ ଜାରି ହେଲା ନୂଆ ମାର୍ଗଦର୍ଶିକା

ଶ୍ରୀମନ୍ଦିର ପାଇଁ ଜାରି ହେଲା ନୂଆ ମାର୍ଗଦର୍ଶିକା

ଜଗା ଦ୍ୱାରରେ ନାବାଳିକାକୁ ଅସଦାଚାରଣ, ଗିରଫ ହେଲେ ପୂଜକ
SHARE NOW :

ପୁରୀ(ଲାଇଭ ଓଡିଶା ନ୍ୟୁଜ): ପରିବର୍ତ୍ତିତ ଗାଇଡଲାଇନ ଜାରି କଲା ଶ୍ରୀମନ୍ଦିର ପ୍ରଶାସନ । ଆସନ୍ତାକାଲିଠାରୁ ଲାଗୁ ହେବ ନୂଆ ମାର୍ଗଦର୍ଶିକା । ପବିତ୍ର ଦଶହରା ପାଇଁ କାଲି ବନ୍ଦ ରହିବ ଶ୍ରୀମନ୍ଦିର । ଓ ଶନିବାର ଗୋଷାଣି ଭଷାଣି ପାଇଁ ମଧ୍ୟ ଦିନ ୧୨ଟାରୁ ଶ୍ରୀମନ୍ଦିର ବନ୍ଦ ରହିବ । ରବିବାର ଶ୍ରୀମନ୍ଦିରକୁ ବିଶୋଧନ କରାଯିବ। ଏହାଛଡ଼ା ଅକ୍ଟୋବର ଓ ନଭେମ୍ବର ମାସରେ ପ୍ରତି ରବିବାର ଶ୍ରୀମନ୍ଦିର ବନ୍ଦ ରହିବ। ନଭେମ୍ବର ୪, ୧୫ ଓ ୧୯ ତାରିଖରେ ବନ୍ଦ ରହିବ ଶ୍ରୀମନ୍ଦିର। ଦୀପାବଳି, ବଡ଼ ଏକାଦଶୀ ଓ କାର୍ତ୍ତିକ ପୂର୍ଣ୍ଣିମାରେ ମଧ୍ୟ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ। ତେବେ ଅନ୍ୟଦିନମାନଙ୍କରେ ପୂର୍ବଭଳି ଶ୍ରଦ୍ଧାଳୁମାନେ ସକାଳ ୭ଟାରୁ ରାତି ୯ଟା ଯାଏଁ ଦର୍ଶନ କରିପାରିବେ। ଭକ୍ତଙ୍କ ପାଇଁ ଆରଟିପିସିଆର ନେଗେଟିଭ୍ ପ୍ରମାଣପତ୍ର ବାଧ୍ୟତାମୂଳକ। ନତୁବା ଡବଲ ଡୋଜ୍ ଟିକାକରଣ ପ୍ରମାଣପତ୍ର ବାଧ୍ୟତାମୂଳକ। କୋଭିଡ୍ ପାଇଁ ପୂର୍ବରୁ ଜାରି ହୋଇଥିବା ନିୟମ ବଳବତ୍ତର ରହିବ।

Leave a Reply

Your email address will not be published. Required fields are marked *

Related Posts