FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଆଜି ଶପଥ ନେବ ନବୀନଙ୍କ ନୂଆ ଟିମ୍,

ଆଜି ଶପଥ ନେବ ନବୀନଙ୍କ ନୂଆ ଟିମ୍,

ଆଜି ଶପଥ ନେବ ନବୀନଙ୍କ ନୂଆ ଟିମ୍,
SHARE NOW :

ଭୁବନେଶ୍ୱର (ଲାଇଭ ଓଡ଼ିଶା): ଆଜି ଶପଥ ନେବ ନବୀନଙ୍କ ନୂଆ ଟିମ୍। ପୁରା ମନ୍ତ୍ରିମଣ୍ଡଳର ହେବ ନବକଳେବର।  ଏଥିପାଇଁ ୨୨ବର୍ଷର ଶାସନ କାଳରେ ପ୍ରଥମଥର ପାଇଁ ସବୁ ମନ୍ତ୍ରୀଙ୍କ ଇସ୍ତଫା ଦିଆଇଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣର କାର୍ଯ୍ୟକ୍ରମ ରହିଛି। ଦିନ ୧୧ଟା ୪୫ରେ ଲୋକସେବା ଭବନ କନଭେନସନ୍ ହଲ୍‌ରେ ଶପଥଗ୍ରହଣ ଉତ୍ସବ ହେବ। ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ଆଜି ସାମିଲ ହୋଇପାରନ୍ତି ୨୧ ମନ୍ତ୍ରୀ।

ସେମାନଙ୍କ ମଧ୍ୟରୁ ୧୩ଜଣଙ୍କୁ କ୍ୟାବିନେଟ୍ ଓ ୮ଜଣଙ୍କୁ ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ମିଳିପାରେ।  ସମ୍ଭାବ୍ୟ କ୍ୟାବିନେଟ୍ ମନ୍ତ୍ରୀଙ୍କ ତାଲିକାରେ ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରମିଳା ମଲ୍ଲିକ, ଉଷା ଦେବୀ, ପ୍ରଫୁଲ୍ଲ ମଲ୍ଲିକ, ପ୍ରତାପ କେଶରୀ ଦେବ, ଜଗନ୍ନାଥ ସାରକା, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ କୁମାର ଅମାତ, ନବକିଶୋର ଦାଶ, ଅଶୋକ ଚନ୍ଦ୍ର ପଣ୍ଡା, ଟୁକୁନି ସାହୁ ଓ ରାଜେନ୍ଦ୍ର ଢୋଲକିଆଙ୍କ ନାଁ ରହିଛି।

ସେହିପରି ସମ୍ଭାବ୍ୟ ରାଷ୍ଟ୍ରମନ୍ତ୍ରୀଙ୍କ ତାଲିକାରେ ସେମାନେ ହେଲେ ସମୀର ରଂଜନ ଦାଶ, ଅଶ୍ୱିନୀ କୁମାର ପାତ୍ର, ପ୍ରୀତିରଞ୍ଜନ ଘଡ଼େଇ, ଶ୍ରୀକାନ୍ତ ସାହୁ, ତୁଷାରକାନ୍ତି ବେହେରା, ରୋହିତ ପୂଜାରୀ, ରୀତା ସାହୁ  ଓ ବାସନ୍ତୀ ହେମ୍ବ୍ରମ୍  ନାଁ ରହିଛି।  

Leave a Reply

Your email address will not be published. Required fields are marked *

Related Posts