- Home
- »
- Breaking News
- »
- ରାଜ୍ୟରେ ଲାଗୁ ହେଲା ପେଟ୍ରୋଲର ନୂଆ ଦର
ରାଜ୍ୟରେ ଲାଗୁ ହେଲା ପେଟ୍ରୋଲର ନୂଆ ଦର

SHARE NOW :
ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ରାଜ୍ୟରେ ପେଟ୍ରୋଲ ଦରରୁ ଜନତାଙ୍କୁ ମିଳିଲା ଆଶ୍ୱସ୍ତି । କେନ୍ଦ୍ର ସରକାରଙ୍କ ପରେ ଆଜି ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ କମାଇଲେ ରାଜ୍ୟ ସରକାର । ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ପେଟ୍ରୋଲ ଓ ଡିଜେଲ ଉପରୁ ୪ ପ୍ରତିଶତ ଲେଖାଏଁ କମିଛି ଭାଟ୍ । ବର୍ତ୍ତମାନ ପେଟ୍ରୋଲରୁ ୨୮ ପ୍ରତିଶତ, ଡିଜେଲରୁ ୨୪ ପ୍ରତିଶତ ଭାଟ୍ ନେବେ ରାଜ୍ୟ ସରକାର । ପୂର୍ବରୁ ପେଟ୍ରୋଲରେ ୩୨% ଓ ଡିଜେଲରେ ୨୮% ଭାଟ ଲାଗୁଥିଲା । ସଂଶୋଧିତ ଭାଟ୍ ଅନୁଯାୟୀ, ପେଟ୍ରୋଲ ଲିଟର ପିଛା ୩ ଟଙ୍କା ୪ ପଇସା ଏବଂ ଡିଜେଲ ଲିଟର ପିଛା ୨ ଟଙ୍କା ୮୬ ପଇସା କମିବ । ଏହି ଆଧାରରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୧ ଟଙ୍କା ୮୦ ପଇସା ଏବଂ ଡିଜେଲ ଲିଟର ପିଛା ୯୧ ଟଙ୍କା ୬୩ ପଇସାରେ ପହଞ୍ଚିଛି । ସେହିପରି ମାଲକାନଗିରିରେ ପେଟ୍ରୋଲ ଲିଟର ୧୦୭ ଟଙ୍କା ୫୫ ପଇସା ଓ ଡିଜେଲ୍ ୯୭ ଟଙ୍କା ୧୭ ପଇସାରେ ପହଞ୍ଚିଛି । ଆଗରୁ କେନ୍ଦ୍ର ସରକାର ପେଟ୍ରୋଲ ଉପରୁ ୫ ଟଙ୍କା ଓ ଡିଜେଲ ଉପରୁ ୧୦ ଟଙ୍କାର ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିଥିଲେ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଟିକସ କମ୍ କରିବା ଫଳରେ ପେଟ୍ରୋଲ ଓ ଡିଜେଲ ଦାମ କମିଛି ।