- Home
- »
- ଟ୍ରେଣ୍ଡିଙ୍ଗ ନ୍ୟୁଜ୍
- »
- ଆଜିଠୁ ଟ୍ୱିନସିଟିରେ ଲାଗୁହେବ ନାଇଟ କର୍ଫ୍ୟୁ
ଆଜିଠୁ ଟ୍ୱିନସିଟିରେ ଲାଗୁହେବ ନାଇଟ କର୍ଫ୍ୟୁ

SHARE NOW :
ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ) : ଆଜି ମା ଦୁର୍ଗାଙ୍କ ଷଷ୍ଠୀ ପୂଜା । ପୂର୍ବଥର ଭଳି ଏଥର ମଧ୍ୟ କରୋନା ନେଇଯାଇଛି ସବୁ ଖୁସି । ଭକ୍ତଙ୍କ ମନରେ ଉତ୍ସାହ ଦେଖିବାକୁ ମିଳୁନି । କରୋନା କଟକଣାକୁ ଦୃଷ୍ଟି ଆଗରେ ରଖି ରାଜ୍ୟସରକାରଙ୍କ ତରଫରୁ ପାର୍ବଣ ପାଇଁ ଗାଇଡଲାଇନ ଜାରୀ କରାଯାଇଥିଲା । ତେବେ ଅକ୍ଟୋବର ୧୧ତାରିଖ ଅର୍ଥାତ୍ ଆଜିଠୁ ଟୁଇନ ସିଟିରେ ପୂଜା ପାଇଁ ଲାଗୁହେବ କଟକଣା । ଆଜିଠୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଟ୍ୱିନସିଟିରେ ରାତି ୮ଟାରୁ ଭୋର୍ ୫ଟା ଯାଏଁ ଲାଗୁ ହେବ ନାଇଟ୍ କର୍ଫ୍ୟୁ ।
ପାର୍ବଣ ବେଳେ ବଜାରରେ ଗହଳି ହେବା ଯୋଗୁ ସଂକ୍ରମଣ ବଢ଼ିବା ଆଶଙ୍କା ରହିଛି। ତେଣୁ ଏହାକୁ ନିୟନ୍ତ୍ରଣ କରିବାକୁ ପୁଲିସ୍ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଏହି ସମୟରେ ଲୋକମାନେ ନିୟମ ପାଳନରେ ସହଯୋଗ କରିବାକୁ ପୋଲିସ କମିଶନର ଅପିଲ୍ କରିଛନ୍ତି । ତେବେ ଏହି କଟକଣା ନମାନିଲେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।
କୋଭିଡ୍ ଗାଇଡଲାଇନରେ କେବଳ ରୀତିନୀତିରେ ଶକ୍ତୀମୟୀଙ୍କ ଆରାଧନା କରାଯିବ ।
ମଣ୍ଡପରେ ଭକ୍ତଙ୍କ ଦର୍ଶନକୁ ବାରଣ କରାଯାଇଛି । ମଣ୍ଡପର ତିନିପଟରୁ ଆବଦ୍ଧ କରାଯିବ । ସାମନା ପଟରେ ଲଗାଇବେ ପରଦା । ୟୁଟ୍ୟୁବ ଜରିଆରେ ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ଲାଇଭ୍ ବ୍ୟବସ୍ଥା କରାଯାଇଛି ।
ଏଥିସହ ପାର୍ବଣ ବେଳେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ କମିଶନରେଟ ପୁଲିସ୍ର ସ୍କାନରରେ ରହିବେ ଅପରାଧୀ। ଅପରାଧୀଙ୍କ ଉପରେ କଡ଼ା ନଜର ରଖିବ କମିଶନରେଟ୍ ପୋଲିସ୍ । ଟ୍ୱିନ୍ ସିଟିରେ ପେଷାଦାର ଅପରାଧୀ ଓ ଅମାନିଆଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ସିପି ଚେତାବନୀ ଦେଇଛନ୍ତି।