FOLLOW US ON SOCIAL

  1. Home
  2. »
  3. ବିଦେଶ
  4. »
  5. ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାରେ କିଟ୍‌

ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାରେ କିଟ୍‌

ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାରେ କିଟ୍‌
SHARE NOW :

ଭୁବନେଶ୍ୱର,୧୦.୯ (ଲାଇଭ୍ ଓଡିଶା ନ୍ୟୁଜ୍‌) ଭାରତ ସରକାରଙ୍କ ପକ୍ଷରୁ ନ୍ୟାସ୍‌ନାଲ୍ ଇନ୍‌ଷ୍ଠିଚ୍ୟୁଟ୍‌ସନାଲ ର‌୍ୟାଙ୍କିଙ୍ଗ୍ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ) ଗୁରୁବାର ପ୍ରକାଶ ପାଇଛି । ଏଥିରେ ଭାରତର ସମସ୍ତ ସରକାରୀ ଓ ଘୋରୋଇ ବିଶ୍ୱବିଦ୍ୟାଳୟ କୁ ନେଇ ତାଲିକା ପ୍ରସ୍ତୁତ ହୋଇଥିବାବେଳେ ବିଶ୍ୱବିଦ୍ୟାଳୟ ତାଲିକାର ଶ୍ରେଷ୍ଠ ୨୧ ତମ ସ୍ଥାନରେ କିଟ୍ ରହିଛି । ଗତବର୍ଷ ଏନ୍‌ଆଇଆର୍‌ଏଫ ଏହି ର‌୍ୟାଙ୍କିଙ୍ଗରେ କିଟ୍ ୨୪ ତମ ସ୍ଥାନରେ ରହିଥିବା ବେଳେ ଚଳିତ ବର୍ଷ ୨୧ ତମ ସ୍ଥାନକୁ ଉନ୍ନୀତ ହୋଇଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କିଟ୍ ଲ ସ୍କୁଲ୍ ଦେଶର ଶ୍ରେଷ୍ଠ ଆଇନ ବିଦ୍ୟାଳୟ ତାଲିକାରେ ଶ୍ରେଷ୍ଠ ୧୦ ମଧ୍ୟରେ ସ୍ଥାନ ପାଇଛି । ଏହା ବ୍ୟତୀତ କିଟ୍‌ର ଅନ୍ୟ ସମସ୍ତ ବିଭାଗ ମଧ୍ୟ ଗତ ବର୍ଷ ତୁଳନାରେ ଉଲ୍ଳେଖନୀୟ ପ୍ରଦର୍ଶନ କରିଛି । ୨୮ ଟି ବିଭିନ୍ନ ପାଠ୍ୟକ୍ରମ ବିଶିଷ୍ଠ କିଟ୍ ମାତ୍ର ୧୭ବର୍ଷର ବିଶ୍ୱବିଦ୍ୟାଳୟ ହୋଇ ମଧ୍ୟ ଏକ ବୃହତ ମଲ୍‌ଟିଡିସିପ୍ଲିନାରୀ ବିଶ୍ୱବିଦ୍ୟାଳୟ ହୋଇପାରିଛି । ଇତିମଧ୍ୟରେ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଲଗାତାର ମାଇଲ୍ ଷ୍ଟୋନ୍ ତିଆରି କରିଆସୁଛି କିଟ୍ ।

ଗତ ସପ୍ତାହରେ ପ୍ରକାଶ ପାଇଥିବା ଟାଇମସ୍ ହାଇଅର ଏଜୁକେସନ୍ ବିଶ୍ୱ ବିଦ୍ୟାଳୟ ର‌୍ୟାଙ୍କିଙ୍ଗ ୨୦୨୧ ରେ କିଟ୍ ଭଲ ପ୍ରଦର୍ଶନ କରିଥିଲା ସଫଳତାରେ ନିଜର ସନ୍ତୋଷ ବ୍ୟକ୍ତ କରି କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି ଉତ୍କର୍ଷତା ପ୍ରତିପାଦନ କରିବାକୁ ହେଲେ ଧୀରେ ଧୀରେ ଆଗକୁ ଯିବାକୁ ହୁଏ । କିଟ୍ ମଧ୍ୟ ଧୀରେ ଧୀରେ ଆଗକୁ ଆଗକୁ ଗତି କରୁଛି । କିଟ୍ର ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ଏଥିରେ ଖୁସି ପ୍ରକାଶ କରିବା ସହ ପ୍ରତିଷ୍ଠାତା ଶ୍ରୀ ସାମନ୍ତଙ୍କ ଯୋଗୁୁ ଏହି ସଫଳତା ହୋଇପାରୁଛି ବୋଲି ପ୍ରକାଶ କରିଛିନ୍ତି ।

Leave a Reply

Your email address will not be published. Required fields are marked *

Related Posts