FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାରଙ୍କ ତିିନି ଦିନିଆ ଓଡିଶା ଗସ୍ତ

ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାରଙ୍କ ତିିନି ଦିନିଆ ଓଡିଶା ଗସ୍ତ

ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାରଙ୍କ ତିିନି ଦିନିଆ ଓଡିଶା ଗସ୍ତ
SHARE NOW :

ଭୁବନେଶ୍ୱର( ଲାଇଭ ଓଡିଶା ବ୍ୟୁରୋ) : ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାରଙ୍କ ତିିନି ଦିନିଆ ଓଡିଶା ଗସ୍ତ । ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ସେ ଆଲୋଚନା କରିବେ । ଏହି ସମୟରେ ତିନି ଦିନିଆ ରାଜ୍ୟ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ଦାବି ରଖିବେ ରାଜ୍ୟ ସରକାର । ଓଡ଼ିଶାକୁ ଫୋକସ ଷ୍ଟେଟ୍ର ମାନ୍ୟତା ଦେବା ପାଇଁ ଦୀର୍ଘଦିନ ହେଲା ଦାବି କରିଆସୁଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଦାବି ଦୋହରାଇବେ ସରକାର । ପ୍ରାକୃତିକ ବିପର‌୍ୟ୍ୟୟର ବାରମ୍ବାର ସାମନା କରୁଥିବା ଓଡ଼ିଶାକୁ ଫୋକସ୍ ଷ୍ଟେଟ୍ ମାନ୍ୟତା, ବିପର୍ଯ୍ୟୟ ନିରୋଧୀ ଭିତ୍ତିଭୂମି, ହ୍ରାସ ପାଉଥିବା କେନ୍ଦ୍ରୀୟ ଅନୁଦାନ ବୃଦ୍ଧି, ଆକାଂକ୍ଷୀ ଜିଲ୍ଲାଗୁଡ଼ିକ ପାଇଁ ସ୍ୱତନ୍ତ୍ର ଅନୁଦାନ ସମ୍ପର୍କରେ ରାଜ୍ୟ ଦାବି ଉପସ୍ଥାପନ କରିପାରେ । ଉନୟନ୍ନ କାର୍ଯ୍ୟକ୍ରମ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା ହେବ। ଆସନ୍ତାକାଲି ଦିନ୧୧ରୁ ଗୋଟାଏ ଯାଏଁ ଆଲୋଚନା କରାଯିବ । ଏଥିରେ ଶିଳ୍ପପତି, ସାମାଜିକକର୍ମୀ ଏବଂ ଉଦ୍ୟୋଗୀ ସାମିଲ ହେବେ ।ଅନ୍ୟପଟେ ବାରମ୍ବାର ବନ୍ୟା ବାତ୍ୟା ଦ୍ୱାରା ପ୍ରଭାବିତ ହେଉଥିବା ପାଇଁ କେନ୍ଦ୍ର ସରକାର ଙ୍କ ନିକଟରେ ଫୋକସ୍ ଷ୍ଟେଟ୍ ପାଇଁ ରାଜ୍ୟ ସରକାର ଦାବି କରିଆସୁଛନ୍ତି । ସେହିଭଳି ବିଜେଡି ସହ କଂଗ୍ରେସ ମଧ୍ୟ ଏକମତ ହୋଇଛି । ରାଜ୍ୟକୁ ଫୋକସ ଷ୍ଟେଟ ଦିଆଯାଉ ବୋଲି ଦାବି କରିଛି କଂଗ୍ରେସ।

Leave a Reply

Your email address will not be published. Required fields are marked *

Related Posts