ଅନ୍ଧାର ଘେରରେ ମିରିଗି ସିଙ୍ଗା ଗ୍ରାମବାସୀ

SHARE NOW :
କେନ୍ଦୁଝର ଜିଲ୍ଲା,୨୫.୯(ଲାଇଭ୍ ଓଡିଶା ନ୍ୟୁଜ୍/ ଦୀପକ କୁମାର ନାୟକ) :କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ମିରିଗି ସିଂଙ୍ଗା ଗ୍ରାମରେ ପନ୍ଦର ଦିନ ହେବ ବିଦ୍ୟୁତ ସଂଯୋଗ ବନ୍ଧ ରହିଛି । ଟ୍ରାନ୍ସଫର୍ମର ପୋଡିଯିବାରୁ ୧୫ ଦିନ ହେବ ଅନ୍ଧାର ଘେରରେ ରହିଛନ୍ତି ଗ୍ରାମବାସୀ।
ବଣ ଜଙ୍ଗଲ ଘେରରେ ଥିବା ଉକ୍ତ ଗାଁରେ ହାତୀପଲ ଡେରା ବାନ୍ଧି ରହୁଥିବା ବେଳେ ବର୍ଷା ଯୋଗୁ ସରୀସୃପଙ୍କ ଭୟରେ ସଂନ୍ଧ୍ୟା ହେଲେ ଘରୁ ବାହାରିବା କଷ୍ଟକର ହେଉଛି ।
ତେବେ ଟ୍ରାନ୍ସଫର୍ମରର ମରାମତି ପାଇଁ ଗ୍ରାମବାସୀ ବାରମ୍ବାର ଚମ୍ପୁଆ ବିଦ୍ୟୁତ ବିଭାଗ କୁ ଜଣାଉଥିଲେ ମଧ୍ୟ ସେମାନେ ଏନେଇ ଗୁରୁତ୍ୱ ଦେଉନଥିବାରୁ ଗ୍ରାମବାସୀଙ୍କ ମନରେ ଅସନ୍ତୋଷ ଦେଖିବାକୁ ମିଳିଛି।