FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଓଡିଶାକୁ ଆଶ୍ୱସ୍ତି,ବିଦେଶୀଙ୍କ ମଧ୍ୟରେ ନାହିଁ ଓମିକ୍ରନ

ଓଡିଶାକୁ ଆଶ୍ୱସ୍ତି,ବିଦେଶୀଙ୍କ ମଧ୍ୟରେ ନାହିଁ ଓମିକ୍ରନ

ଓଡିଶାକୁ ଆଶ୍ୱସ୍ତି,ବିଦେଶୀଙ୍କ ମଧ୍ୟରେ ନାହିଁ ଓମିକ୍ରନ
SHARE NOW :


ଓଡିଶା (ଲାଇଭ ଓଡିଶା ବ୍ୟୁରୋ) : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ଆଶ୍ୱସ୍ତିକର ସୂଚନା । ଓଡ଼ିଶା କୁ ନାହିଁ ଓମିକ୍ରନ୍ ଭୟ । ଜିନମ ସିକ୍ୟୁଏନ୍ସ ପାଇଁ ଆଇଏଲଏସ ଆସିଥିବା ୨୪୬ ସାମ୍ପଲରେ ଓମିକ୍ରନ୍ ନାହିଁ । ଏନେଇ ଆଇଏଲଏସ୍ ପକ୍ଷରୁ ସୁଚନା ମିଳିଛି । ପୂର୍ବରୁ ଜିନମ ସିକ୍ୟୁଏନ୍ସ ପାଇଁ ୧୪୧ଜଣଙ୍କ ନମୁନା ଆଇଏଲଏସ କୁ ଆସିଥିଲ । ୧୪୧ ଜଣଙ୍କ ନମୁନାରେ ମଧ୍ୟ ଓମିକ୍ରନ୍ ମିଳିନଥିଲା । ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି ଯେ ରାଜ୍ୟରେ ଏଯାଏଁ ଓମିକ୍ରନ୍ ଚିହ୍ନଟ ହୋଇନାହିଁ । ସେହିପରି ବର୍ତ୍ତମାନ ସୁଦ୍ଧା ଏୟାର ସୁବିଧା ପୋର୍ଟାଲରେ ୧୨୮୬ ଜଣ ପଞ୍ଜୀକରଣ କରିଛନ୍ତି । ତେବେ ଗଞ୍ଜାମ, କଟକ, ଖୋର୍ଦ୍ଧା, ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ବ୍ୟକ୍ତି ରହିଛନ୍ତି । ସେହିପରି ବିଦେଶ ଫେରନ୍ତାଙ୍କ ମଧ୍ୟରୁ ୪ ଜଣ ପଜିଟିଭ ଚିହ୍ନଚ ହୋଇଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।କରୋନା କୁ ଆଗାମୀ ଦିନରେ ମୁକାବିଲା ପାଇଁ ଓଡିଶା ସରକାର ଏବଂ ପ୍ରଶାସନ ଉଭୟ ପ୍ରସ୍ତୁତି ଆରମ୍ବ କରିଦେଲେଣି ।

Leave a Reply

Your email address will not be published. Required fields are marked *

Related Posts