FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ବିପଦ ସଙ୍କୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି ଦୁଇଟି ଗ୍ରାମବାସୀ

ବିପଦ ସଙ୍କୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି ଦୁଇଟି ଗ୍ରାମବାସୀ

ବିପଦ ସଙ୍କୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି ଦୁଇଟି ଗ୍ରାମବାସୀ
SHARE NOW :

ଉମରକୋଟ ୧୫.୯(ଲାଇଭ୍ ଓଡିଶା ନ୍ୟୁଜ୍‌/ ନନ୍ଦିତା ବିଶ୍ୱାସ) ଭଗବାନ ଭରସାରେ ଆଦିବାସୀଙ୍କ ଜୀବନ । ବିପଦ ସଙ୍କୁଳ ଅବସ୍ଥାରେ ନଦୀ ପାର ହୋଇ ଜିବା ଆସିବା କରୁଛନ୍ତି ଗାଁ ଲୋକେ । କାଦୁଅ ପଚପଚ ରାସ୍ତା ସହିତ ପେଟଫୁଲା ନଦୀର ପାଣି ଭିତରେ ଯାତାୟାତ କରୁଛନ୍ତି ଦୁଇ ଗ୍ରାମବାସୀ ।ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଳକ ଅନ୍ତର୍ଗତ ଗୁରୁସିଙ୍ଗା ପଞ୍ଚାୟତରେ ।

ଏହି ପଞ୍ଚାୟତର ଝରିଆନାଲ ଓ ବରାଗୁଡା ଗ୍ରାମରେ । ଲାଗୁଛି ଜେମିତି ଏହି ଗାଁରେ ଫେଲ ମାରିଛି ସରକାରଙ୍କ ସମସ୍ତ ଶଡକ ଯୋଜନା ସରକାରଙ୍କର ଗ୍ରାମାଞ୍ଚଳର ଆର୍ଥିକ , ରାଜନୈତିକ , ସାମାଜିକ ତଥା ଶିକ୍ଷାର ବିକାଶ ପାଇଁ ପକ୍କା ରାସ୍ତା ନିର୍ମାଣ ଯୋଜନା କରିଛନ୍ତି । ହେଲେ ଏହି ଯୋଜନା କେତେ ଦୂର କାର୍ଯ୍ୟକାରୀ ହୋଇଛି , ତାହାର ଜଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା. ଝରିଗାଁ ବ୍ଳକ ଅନ୍ତର୍ଗତ ଗୁରୁସିଙ୍ଗା ପଞ୍ଚାୟତ ଝରିଆନାଲ ଓ ବରାଗୁଡା ଗ୍ରାମରେ ।

ବର୍ଷା ଋତୁ ଆସିଲେ ଏହି ଦୁଇ ଗ୍ରାମର ଜାତାୟାତରେ ଲାଗିଜାଏ ରୋକ। ଆମ୍ବାମୁଣ୍ଡା ଅଙ୍କନ ବାଡ଼ି କେନ୍ଦ୍ରକୁ ବା ଗାଁ ପ୍ରାଥମିକ ବିଦ୍ୟାଳୟ କୁ ଯିବାକୁ ହେଲେ କୁନିକୁନି ଛୁଆ ମାନଙ୍କୁ ୧୫ କିଲୋମିଟର ରାସ୍ତା ଅତିକ୍ରମ କରିବା ଯିବାକୁ ପଡୁଛି । ନ ହେଲେ ଭାଗ୍ୟକୁ ଆଦରି ନେଇ କାଦୁଅ ପଚପଚ ରାସ୍ତା ସହିତ ପେଟଫୁଲା ନଦୀ ପାଣି ମଧ୍ୟରେ ଯିବାକୁ ପଡୁଛି ।ପଞ୍ଚାୟତ କାର୍ଯ୍ୟଳୟ , ଅଙ୍ଗନବାଡ଼ି କେନ୍ଦ୍ର ଓ ସ୍କୁଲ , ଗ୍ରାମ ଠାରୁ ମାତ୍ର ଏକ ଦୁଇ କିଲୋମିଟର ହେଲେ ରାସ୍ତା ଖରାପ । ଆସନ୍ତୁ ଶୁଣିବା କଣ କହୁଛନ୍ତି ଗ୍ରାମବାସୀ ।
। ବାରମ୍ବାର ପ୍ରଶାସନକୁ ଅଭିଯୋଗ କରିବା ପରେ ମଧ୍ୟ କିଛି କାର୍ଯ୍ୟ ହୋଇପାରୁ ନାହିଁ କହିଛନ୍ତି ଗ୍ରାମ ବାସୀ । ଏହି ଦୁଇଟି ଗାଁର ସମସ୍ୟା ସମ୍ପର୍କରେ ଆମେ ଝରିଗାଁ ବିଡିଓ ସତ୍ୟ ନାରାୟଣ ମେହେରଙ୍କୁ ଯୋଗାଯୋଗ କରିବାରୁ । ସେ ଅତିଶୀଘ୍ର ଏହି ରାସ୍ତାର ମରାମତି କରିବା ସହ , ପେଟଫୁଲା ନଦୀ ଉପରେ ପୋଲ ନିର୍ମାଣ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *

Related Posts