FOLLOW US ON SOCIAL

  1. Home
  2. »
  3. ଅପରାଧ
  4. »
  5. ସାଇବର ଜାଲରେ ଓକାକ୍ ସିଇଓ , ବାଙ୍ଗୋଲର ପରେ ନାଇଜେରିଆ ଲିଙ୍କ

ସାଇବର ଜାଲରେ ଓକାକ୍ ସିଇଓ , ବାଙ୍ଗୋଲର ପରେ ନାଇଜେରିଆ ଲିଙ୍କ

ସାଇବର ଜାଲରେ ଓକାକ୍ ସିଇଓ , ବାଙ୍ଗୋଲର ପରେ ନାଇଜେରିଆ ଲିଙ୍କ
SHARE NOW :

ନୀଳାଚଳ ବ୍ୟୁରୋ : ବଢିବାରେ ଚାଲିଛି ସାଇବର କ୍ରାଇମ୍ । ଟାରଗେଟରେ ବଡ ବଡ ପଦାଧିକାରୀ । ନୂଆ ନୂଆ ଉପାୟରେ ନିଜର ମାୟା ବିଛାଉଛନ୍ତି ଏହି ସାଇବର ଠକ । ନିକଟରେ ସାମନା ଆସିଥିବା ଓକାକ୍ ର ସିଇଓ ଙ୍କ ହ୍ୱାଟସ୍ ଆପି ହ୍ୟାକର ମାମଲ୍‌ା । ଓଡିଶା କମ୍ପ୍ୟୁଟର ଆପଲିକେସନ ସେଣ୍ଟର ର ସିଇଓଙ୍କ ହ୍ୱାଟସ୍ ଆପ ହ୍ୟାକ କରି ଲୁଟିନେଇଥିଲେ ୭ ଲକ୍ଷ ଟଙ୍କା । ସୂଟନା ମୁତାବକ ଗତକାଲି ମନୋଜ ପଟ୍ଟନାୟକଙ୍କ ହ୍ୱାଟସ ଆପ ମାଧ୍ୟମରେ ତାଙ୍କ ସଂର୍ମ୍ପକୀୟ ମାନଙ୍କୁ ଯାଇଥିଲା ଏକ ଲିଙ୍କ । ଯାହା ସଂର୍ମ୍ପକୀୟ ଏବଂ କର୍ମଚାରୀ ମାନେ ସତ ଭାବି ପଠାଇଥିଲେ ଟଙ୍କା । ମାତ୍ର କେତେ ସେକେଣ୍ଡ ମଧ୍ୟରେ ଉଡିଯାଇଥିଲା ୭ ଲକ୍ଷ ଟଙ୍କା । ମନୋଜଙ୍କ କର୍ମଚାରୀଙ୍କ ପାଖକୁ ପଠାଯାଇଥିବା ଏହି ଲିଙ୍କ୍ ରେ ମେଡିକାଲ ଇମରଜେନ୍ସି ପାଇଁ ଟଙ୍କା ଦରକାର ବୋଲି ଲେଖାଥିଲା । ତେଣୁ କର୍ମଚାରୀ ଏବଂ ସଂର୍ମ୍ପକୀୟ ମାନେ ତୁରନ୍ତ ଟଙ୍କା ପଠାଇଥିଲେ । ଜଣେ ୨ ଲକ୍ଷ , ଆଉ ଜଣେ ୩ ଲକ୍ଷ ଏବଂ ଅନ୍ୟ କିଛି କିଛି ପଠାଇଲା ପରେ ତୁରନ୍ତ ୭ ଲକ୍ଷ ଟଙ୍କା ଚଳୁ କରିନେଇଥିଲା ଏହି ସାଇବର୍ ଲୁଟେରା । ପରେ ମନୋଜ ଏନେଇ ଖବର ପାଇଲା ପରେ ସହୀଦ ନଗର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏବଂ ଅଧିକ ତଦନ୍ତ ପାଇଁ ପ୍ରଥମେ ମନୋଜଙ୍କ ଆକାଉଣ୍ଟକୁ ବ୍ଲକ କରାଯାଇଥିଲା ।ଏବଂ କ୍ରାଇମବ୍ରାଞ୍ଚ ର ଅଧିକ ତଦନ୍ତ ପରେ ଏହି ଲୁଟେରା ବାଙ୍ଗାଲୁର ର ବୋଲି ଜଣାପଡିଥିଲା । ଏହି ଘଟଣା ର ସଂମ୍ପୂର୍ଣ୍ଣ ତଥ୍ୟ ପାଇଁ କ୍ରାଇମ୍‌ବ୍ରାଞ୍ଚ ର ଏକ ସ୍ୱତନ୍ତ୍ର ଟିମ୍ ବାଙ୍ଗୋଲର ଯାଇ ଘଟଣାର ଛାନଭିନ କରିବା ପରେ ଏହି ଘଟଣାରେ ବିଦେଶା ଲିଙ୍କ ଜଣାପଡିଛି । । କ୍ରାଇମବ୍ରାଞ୍ଚ ଅଧିକାରୀ ସଞ୍ଜୀବ ପଣ୍ଡା ସାଇବର୍ ଠକ ସହ କଥାହେଇ ଏହି ଘଟଣାରେ ନାଇଜେରିଆ ଗ୍ୟାଙ୍ଗର ହାତ ଥିବା ଜଣାପଡିଛି ।ହ୍ୟାକ୍ ପରେ ଠକର ଆକାଉଣ୍ଟରୁ ଏକାଧିକ ବ୍ୟାଙ୍କ ଆକାଉଣ୍ଟକୁ ହୋଇଛି ଟଙ୍କା ଟ୍ରାନ୍ସଫର । ତଦନ୍ତରୁ ଠକର ଏକାଧିକ ଆକାଉଣ୍ଟ ଥିବା ଜଣାପଡ଼ିଛି । ଦୁଇଟି ଆକାଉଣ୍ଟରେ ଯଥାକ୍ରମେ ଏକ ହଜାର ଓ ୧୧ ଶହ ଟଙ୍କା ଅଛି । ଏହି ବ୍ୟାଙ୍କ ଆକାଉଣ୍ଟଗୁଡ଼ିକୁ ଫିଜ୍ କରିବାକୁ ଚିଠି ଲେଖାଯାଇଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ।ଅଧିକ ତଦନ୍ତ ପରେ ଆହୁରି ଗୁମର ଖୋଲିବ ବୋଲି ସଞ୍ଜିବ ପଣ୍ଡା ମତ ରଖିଛନ୍ତି ।

Leave a Reply

Your email address will not be published. Required fields are marked *

Related Posts