- Home
- »
- ଟ୍ରେଣ୍ଡିଙ୍ଗ ନ୍ୟୁଜ୍
- »
- ଆଜିଠୁ ଦୁଇଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ
ଆଜିଠୁ ଦୁଇଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ

SHARE NOW :
ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ରାଜ୍ୟରେ ଆଜିଠାରୁ ଦୁଇଦିନ ବନ୍ଦ ରହିବ ବ୍ୟାଙ୍କ । ରାଜ୍ୟସରକାର ଆସନ୍ତା ୧୯ ଓ ୨୦ ତାରିଖ ରାଜ୍ୟରେ ସମସ୍ତ ବ୍ୟାଙ୍କ ଓ ବ୍ୟାଙ୍କିଙ୍ଗ ପ୍ରତିଷ୍ଠାନକୁ ଛୁଟି ଘୋଷଣା କରିଛନ୍ତି । ୧୯ ତାରିଖ ଇଦ୍-ମିଲାଦ ଏବଂ ୨୦ ତାରିଖ ଗଜଲକ୍ଷ୍ମୀ ପୂଜା ପାଇଁ ଏହି ସାର୍ବଜନୀନ ଛୁଟି ଘୋଷଣା ହୋଇଥିବା ସରକାରଙ୍କ ପକ୍ଷରୁ ଜାରିକରାଯାଇଛି । କେନ୍ଦ୍ରୀୟ ଆଇନ ୧୮୮୧ର ଧାରା ୨୫ରେ ପ୍ରଦତ୍ତ କ୍ଷମତାକୁ ଉପଯୋଗ କରି ରାଜ୍ୟ ସରକାର ଏହି ଛୁଟି ଘୋଷଣା କରିଛନ୍ତି । ଏହି ଦୁଇ ଦିନ ରାଜ୍ୟରେ ସରକାରୀ ଛୁଟି ଘୋଷଣା ହୋଇ ଥିବାବେଳେ ବ୍ୟାଙ୍କ୍ ଓ ବ୍ୟାଙ୍କିଙ୍ଗ୍ କାରବାର କରୁଥିବା ପ୍ରତିଷ୍ଠାନଗୁଡ଼ିକ ବନ୍ଦ ରହିବ ବୋଲି ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।