FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ରାଜଧାନୀରେ ୧୦୭ ଟପିଲା ପେଟ୍ରୋଲ ଦର

ରାଜଧାନୀରେ ୧୦୭ ଟପିଲା ପେଟ୍ରୋଲ ଦର

ପୁଣି ବଢିଲା ପେଟ୍ରୋଲ ଦର: ଲିଟର ଛୁଇଁଲା ୧୧୧
SHARE NOW :

ନୂଆଦିଲ୍ଲୀ(ଲାଇଭ ଓଡିଶା ନ୍ୟୁଜ): ସାରା ଦେଶରେ ବର୍ତ୍ତମାନ ମହଙ୍ଗାମାଡରେ ସାଧାରଣ ଜନତାମାନେ ହନ୍ତସନ୍ତ ହେଉଛନ୍ତି । ଏହା ଭିତରେ ପେଟ୍ରୋଲ-ଡିଜେଲ ଦର ଲୋକମାନଙ୍କ ଚିନ୍ତା ବଢାଇବାରେ ଲାଗିଛି । ସେପ୍ଟେମ୍ବର ୨୪ରୁ ଡେଜେଲ ଓ ସେପ୍ଟେମ୍ବର ୨୮ରୁ ପେଟ୍ରୋଲ ଦାମ ବଢିବା ଆରମ୍ଭ ହୋଇଥିଲା । ବର୍ତ୍ତମାନ ସ୍ଥିତି ପେରି ହୋଇଛି ଯେ ୩ସପ୍ତାହ ଭିତରେ ପେଟ୍ରୋଲ ଲିଟର ପିଛା ୪.୬୫ ଟଙ୍କା ଏ ଡିଜେଲ ଲିଟର ପିଛା ୫.୯୫ ଟଙ୍କା ବଢି ସାରିଲାଣି । ଗର୍ତ୍ତମାନ ଦେଶରେ ଅଧିକାଶଂ ସ୍ଥାନରେ ପେଟ୍ରୋଲ ଲିଟର ୧୦୫ଟଙ୍କା ଓ ଡିଜେଲ ୧୦୦ଟଙ୍କାରୁ ଅଧିକ ଦାମ୍‌ରେ ବିକ୍ରି ହେଉଛି ।


ଏ ସବୁ ଭିତରେ ଓଡିଶାର ରାଜଧାନୀରେ ଆଜି ପୁଣି ତୈଳଦର ବୃଦ୍ଧି ପାଇଛି । ବର୍ଦ୍ଧିତ ଦର ପରେ ରାଜଧାନୀରେ ପେଟ୍ରୋଲର ଲିଟର ପିଛା ଦାମ ୧୦୭ ଟଙ୍କା ପାର କରିଛି। ସେହିପରି ଡିଜେଲର ଲିଟର ପିଛା ଦାମ ୧୦୩.୩୯ ଟଙ୍କା ଛୁଇଁଛି। ସେହିପରି ମାଲକାନଗିରିରେ ଏବେ ପେଟ୍ରୋଲର ଲିଟର ପିଛାର ୧୧୨.୩୬ ଟଙ୍କା ଓ ଡିଜେଲ ୧୦୮.୫୬ ଟଙ୍କାରେ ବିକ୍ରି ହେଉଛି।

Leave a Reply

Your email address will not be published. Required fields are marked *

Related Posts