- Home
- »
- Breaking News
- »
- ପେଟ୍ରୋଲ ଦର ବୃଦ୍ଧିକୁ ନେଇ ବିଜେଡିର ଆନ୍ଦୋଳନ
ପେଟ୍ରୋଲ ଦର ବୃଦ୍ଧିକୁ ନେଇ ବିଜେଡିର ଆନ୍ଦୋଳନ

SHARE NOW :
ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ପେଟ୍ରୋଲ ଦର ବୃଦ୍ଧିରେ ବ୍ରେକ ଲାଗୁନି । ନିଆଁ ବ୍ୟାପିବା ଭଳି ବଢି ଚାଲିିଛି ପେଟ୍ରୋଲ ଦର । କରୋନାରେ ଆର୍ଥୀକ ମେରୁଦଣ୍ଡ ଭାଙ୍ଗି ଯାଉଥିବା ବେଳେ ମହଙ୍ଗା ମାଡ ଚିନ୍ତାର କାରଣ ପାଲଟିଛି । କେବଳ ତୈଳ ଦର ନୁହେଁ ,ଗ୍ୟାସ ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ଜନତାଙ୍କୁ ଭାରି ବାଧୁଛି । କେନ୍ଦ୍ର ସରକାରଙ୍ର୍କ ଅପାରଗତା ଓ ଦେଶ ଚଳାଇବା କ୍ଷମତା ନଥିବା ଯୋଗୁ ଆଜି ଏଭଳି ସମସ୍ୟା ଉପୁଜିଛି । ଯେଉଁଥିପାଇ ଦର ଦାମ ବୃଦ୍ଧି ଯୋଗୁ ହନ୍ତସନ୍ତ ହେଉଛନ୍ତି ସାଧାରଣ ଜନତା । ଏହାକୁ ବିରୋଧ କରି ପୂର୍ବରୁ ବହୁ ବିରୋଧୀ ଦଳ ରାଜରାସ୍ତାକୁ ଓହ୍ଲାଇଥିଲେ । କିନ୍ତୁ ଏହା ସତ୍ତ୍ୱେ କେନ୍ଦ୍ର ସରକାର ବେଖାତିର ମନଭାବ ପ୍ରଦର୍ଶନ କରିଥିଲେ । ତେବେ ଏହାକୁ ବିରୋଧକରି ଆଜି ଆନ୍ଦୋଳନ କୁ ଓହ୍ଲାଇଛି ବିଜେଡି । ଆଜି ବିଜେଡି ପକ୍ଷରୁ ରାଜଭବନ ସମ୍ମୁଖରେ ଅଭିନବ ଉପାୟରେ ବିକ୍ଷୋଭ ଏବଂ ପ୍ରତିବାଦ ସଭା କରାଯାଇଛି । ଏଥିରେ ସଂଖ୍ୟାଧିକ ମହିଳା ବିଜେଡି କର୍ମୀ ସାମିଲ ହୋଇ ବିକ୍ଷୋଭ କରିଛନ୍ତି । ଗ୍ୟାସ ସିଲିଣ୍ଡର ମୁଣ୍ଡାଇବା ସହ ରାସ୍ତା ରେ ଚୁଲି ଜାଳି କେନ୍ଦ୍ର ସରକାରଙ୍କ କ୍ଷମତା ଉପରେ ପ୍ରଶ୍ନ ଉଠାଇଛନ୍ତି । ଗଣଧାରଣା ଦେବା ସହ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଇଛନ୍ତି ଦଳର କର୍ମୀମାନେ । ନଭେମ୍ବର ପହିଲାରେ ଦରଦାମ ବୃଦ୍ଧିକୁ ବୁରୋଧକରି ୧୪୭ଟି ର୍ନୀବାଚନ ମଣ୍ଡଳିରେ ମହିଳା ବିଜେଡି ପକ୍ଷରୁ ପ୍ରତିବାଦ ସଭା କରାଯିବ । ୫ ରୁ ୭ ଯାଏଁ ପେଟ୍ରୋଲ ଡିଜେଲ ଦର ବିରୋଧ କରି ଯୁବ ବିଜେଡି ଏବଂ ମହିଳା କର୍ମୀ ପେଟ୍ରୋଲ ପମ୍ପରେ ଧାରଣାରେ ବସିବା ନେଇ ଆହ୍ୱାନ ଦେଇଛନ୍ତି