- Home
- »
- ଟ୍ରେଣ୍ଡିଙ୍ଗ ନ୍ୟୁଜ୍
- »
- ବଢିଲା ବସ୍ ଭଡା: ଜାଣନ୍ତୁ କେତେ
ବଢିଲା ବସ୍ ଭଡା: ଜାଣନ୍ତୁ କେତେ

SHARE NOW :
ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ) : ଦେଶରେ ବର୍ତ୍ତମାନ ଦିନକୁ ଦିନ ପେଟ୍ରୋଲ-ଡିଜେଲ ଦର ସହିତ ପରିବା ଦର ସାଧାରଣରେ ମୁଣ୍ଡ ବିନ୍ଧାର କାରଣ ସାଜିଛି । ଯାହାକି ଜନଅସନ୍ତୋଷର କାରଣ ସାଜିଛି । ଏହା ଭିତରେ ଲୋକମାନେ ନିଜ ଅଣ୍ଟା ସଳଖି ସାମାନ୍ୟ ଛିଡା ହେବାକୁ ଚେଷ୍ଟା ଚଳାଇଥିବା ବେଳେ, ଏବେ ବସ୍ ଭଡାକୁ ବୃଦ୍ଧି କରାଯାଇଛି । ବର୍ଦ୍ଧିତ ଭଡା ଅନୁଯାୟୀ , ସାଧାରଣ ବସ୍ ଭଡା ୮୯ ପଇସାରୁ ୯୨ ପଇସାକୁ ବୃଦ୍ଧି କରାଯାଇଥିବା ବେଳେ ଏକ୍ସପ୍ରେସ ଭଡା ୯୩ ପଇସାରୁ ୯୬ ପଇସାକୁ ବୃଦ୍ଧି ପାଇଛି । ସେହିଭଳି ଡିଲକ୍ସ ଭଡା ୧.୨୯ ପଇସାରୁ ୧.୩୫ ପଇସାକୁ ବୃଦ୍ଧି ପାଇଛି ଓ ସୁପର ପ୍ରିମିୟମ୍ ଭଡା ୨.୪୪ ପଇସାରୁ ୨.୫୩ ପଇସାକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ବର୍ଦ୍ଧିତ ଦରଦାମକୁ ଦୃଷ୍ଟି ଆଗରେ ରଖିଲେ ସାଧାରଣ ଜନତାମାନେ ଏହାର ଶିକାର ହେବା ନେଇ ଆଶଙ୍କା ରହିଛି ।