FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଆଜି ଛାଡଖାଇରେ ବେପାର ମାନ୍ଦା

ଆଜି ଛାଡଖାଇରେ ବେପାର ମାନ୍ଦା

ଆଜି ଛାଡଖାଇରେ ବେପାର ମାନ୍ଦା
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ଆଜି ଆମିଷ ବଜାର ଖାଁ ଖାଁ । କାର୍ତ୍ତିକ ସରିଲେ ଛାଡଖାଇକୁ ଅପେକ୍ଷା । କିନ୍ତୁ ଆଜି ସେ ଉତ୍ସାହଟା ଦେଖିବାକୁ ମିଳିନାହିଁ । ମାଛହାଟରେ ଭିଡ ଦେଖିବାକୁ ମିଳିନଥିବା ବେଳେ ଆମିଷ ବଜାରରେ ଲୋକଙ୍କ ଭିଡ ନାହିଁ । ଆଜି ଶନିବାରରେ ଛାଡଖାଇ ପଡିଥିବାରୁ ଲୋକଙ୍କ ମନ ମଉଳି ଯାଇଛି । ଏହାଛଡ଼ା ବେପାର ମାନ୍ଦା ଥିବାରୁ ଆମିଷ ବ୍ୟବସାୟୀ ବି ଖୁସି ନଥିବା କୁହାଯାଉଛି। ଆସନ୍ତାକାଲିକୁ ଅପେକ୍ଷା କରିଛନ୍ତି ବେପାରୀ। କାଲି ରବିବାର ହୋଇଥିବାରୁ ଭଲ ବ୍ୟବସାୟ ହେବ ଏବଂ ରୋଜଗାର ହେବ ବେପାରୀ ଆଶା ରଖିଛନ୍ତି। ରାଜ୍ୟର ଅଧିକାଂଶ ସ୍ଥାନରେ ଏଭଳି ଅବସ୍ଥା ଦେଖିବାକୁ ମିଳିଛି।
ଆଜି ମାଂସ କିଲୋ ୭ ଶହ ଟଙ୍କା ଥିବା ବେଳେ ଇଲିସି ୭ ଶହରୁ ହଜାରେ ଟଙ୍କାରେ ବିକ୍ରି ହେଉଛି। ସେହିପରି ନଦୀ କଣ୍ଟିଆ ୩୨୦ଟଙ୍କା, ପୋହଳା ମାଛ ୨ଶହ ଟଙ୍କା, ପାମ୍ପଲେଟ ୩୫୦ ଟଙ୍କା ହୋଇଥିବା ବେଳେ କଙ୍କଡା ୨ଶହରୁ ୧୪ଶହ ଟଙ୍କାରେ ବିକ୍ରି ହେଉଛି ।

Leave a Reply

Your email address will not be published. Required fields are marked *

Related Posts