FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ସୁନ୍ଦରଗଡ଼ରେ BSKY ଯୋଜନାରେ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ଼ରେ BSKY ଯୋଜନାରେ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ଼ରେ BSKY ଯୋଜନାରେ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ
SHARE NOW :

ସୁନ୍ଦରଗଡ଼,୧୪.୯ ( ଲାଇଭ୍ ଓଡିଶା ନ୍ୟୁଜ୍‌): ସୁନ୍ଦରଗଡ଼ ଜିଲ୍ଲାପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ମାର୍ଟ ହେଲଥ୍‌ କାର୍ଡ ଜରିଆରେ ହସ୍ପିଟାଲରୁ ଚିକିତ୍ସା ସୁବିଧା ମିଳିପାରିବ। ଏହା ସହ ୫୮୦ କୋଟିର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ବର୍ଷକ ଭିତରେ ସୁନ୍ଦରଗଡ଼କୁ ୫୬୦୦କୋଟି ଟଙ୍କାର ଭେଟି ଦେଇଛନ୍ତି ରାଜ୍ୟ ସରକାର ।ସମାରୋହରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଅଲିମ୍ପିକ୍ସ ପଦକ ବିଜେତାଙ୍କ ଏ ମାଟିକୁ ପ୍ରଣାମ । ସୁନ୍ଦରଗଡ଼ର ପିଲାମାନେ ଓଡ଼ିଶାର ଗୌରବ ବଢ଼ାଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରେ ସ୍ମାର୍ଟକାର୍ଡ ବାଣ୍ଟି ବହୁତ ଖୁସି ବୋଲି କହିଛନ୍ତି ନବୀନ । ଏହି କାର୍ଡ ଦ୍ୱାରା ୨୦୦ରୁ ଅଧିକ ହସ୍ପିଟାଲରେ ଚିକିତ୍ସା ପାଇପାରିବେ । ପରିବାର ପାଇଁ ୫ଲକ୍ଷ ଓ ମା’ମାନଙ୍କ ପାଇଁ ୧୦ଲକ୍ଷ ଯାଏ ସୁବିଧା ରହିଛି ।

ଏଭଳି ସୁବିଧା ଦେବାରେ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟ । ଏବେ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ତୁଲାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟବାସୀ ଚିକିତ୍ସା ଖର୍ଚ୍ଚକୁ ପିଲାମାନଙ୍କର ପାଠପଢ଼ାରେ ଖର୍ଚ୍ଚ କରିପାରିବେ ବୋଲି ନବୀନ ପରାମର୍ଶ ଦେଇଛନ୍ତି । ପ୍ରତିଟି ଜୀବନ ମୂଲ୍ୟବାନ । ସୁସ୍ଥ ରହି ପରିବାରର ଉନ୍ନତି କରନ୍ତୁ । ସୁନ୍ଦରଗଡ଼ ଜିଲ୍ଲାରେ ଦ୍ୱିତୀୟ ଏମ୍ସ ପାଇଁ କେନ୍ଦ୍ର ନିକଟରେ ରାଜ୍ୟ ସରକାର ଦାବି କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *

Related Posts