FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ବଦଳିଲା ନିଶ୍ଚିନ୍ତକୋଇଲି ହାଟର ଭାଗ୍ୟ

ବଦଳିଲା ନିଶ୍ଚିନ୍ତକୋଇଲି ହାଟର ଭାଗ୍ୟ

ବଦଳିଲା ନିଶ୍ଚିନ୍ତକୋଇଲି ହାଟର ଭାଗ୍ୟ
SHARE NOW :

କଟକ( ସନ୍ତୋଷ ସ୍ୱାଇଁ/ଲାଇଭ ଓଡିଶା ନ୍ୟୁଜ): ବଦଳୁଛି ଓଡିଶା । ବଦଳୁଛି କାରୁକାର୍ଯ୍ୟ । ନୂଆ ଢାଞ୍ଚାରେ ତିଆରି ହେଉଛି ନୂଆ ଓଡିଶା । ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିରେ । ସେଠାରେ ଥିବା ଝାଟିମାଟି ଚାଳଛପରରେ ନିର୍ମିତ ହାଟଟିର ଛବି ବଦଳାଯାଇଛି । ନୂଆ ଛାତ ବିଶିଷ୍ଟ ମାର୍ବଲ ପିଣ୍ଡି ଗୁଡିକୁ ଦେଖିଲେ ମନଖୁସୀ ହୋଇଯିବ । ବହୁଦିନର ଅପେକ୍ଷା ପରେ ବେପାରୀ ମାନଙ୍କର ଦୁଃଖ ଦୂର ହେବାକୁ ଯାଉଛି । ହାଟଟିର ବଳକା କାମ ଗୁଡିକୁ ତୁରନ୍ତ ଶେଷ କରିବାକୁ ଜୋରଦାର ପ୍ରୟାସ କରାଯାଉଛି । ସପ୍ତାହରେ ୨ଥର ଚାଷୀ ଓ ଖାଉଟିଙ୍କ ମଧ୍ୟରେ ହୁଏ କ୍ରୟ ବିକ୍ରୟ । ଏଥିରେ ଉପକୃତ ହୁଅନ୍ତି ଶହଶହ ଚାଷୀ ।

କିନ୍ତୁ ହାଟ ସମୟରେ ସୁବିଧା ନଥିବା ବେଳେ ଚାଷୀ ଓ ଗ୍ରାହକ ବହୁ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ଚାଷୀଙ୍କ ଏଭଳି ଅସୁବିଧାକୁ ହୃଦୟଙ୍ଗମ କରି ମନ୍ତ୍ରୀ ପ୍ରତାପ ଜେନା ଡିସେମ୍ବର ୨୮ତାରିଖ ୨୦୨୦ରେ ହାଟଟିର ନୂଆ ରୂପ ଦେବା ପାଇଁ ଶିଳାନ୍ୟାସ କରିଥିଲେ । ଏକ ବର୍ଷ ମଧ୍ୟରେ ଓଡ଼ିଶାର ଏକ ମଡେଲ ହାଟ ଭାବରେ ନିର୍ମାଣ କରାଇଥିଲେ. ଚାଷୀଙ୍କ ସମସ୍ୟା ଦୂର କରିବା ତାଙ୍କର ଲକ୍ଷ୍ୟ ଥିଲା. ନିଶ୍ଚିନ୍ତକୋଇଲି ପଞ୍ଚାୟତରେ ଅବସ୍ଥାପିତ ହାଟଟି ନିଶ୍ଚିନ୍ତ ଭାବରେ ଓଡିଶା ପାଇଁ ଏକ ଉଦାହରଣ. ଏଥିରେ ଶୌଚାଳୟ, ପାଣି, ବିଦ୍ୟୁତ ଓ ଯାନବାହାନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ମନ୍ତ୍ରୀଙ୍କ ଏଭଳି ପଦକ୍ଷେପକୁ ବହୁ ପଞ୍ଚାୟତର ଚାଷୀଭାଇ ମାନେ ପ୍ରଂଶସା କରିଛନ୍ତି. ଏହା ବିରୋଧୀଙ୍କ ତଣ୍ଟିରେ କଣ୍ଟା ବୋଲି ଚର୍ଚ୍ଚା ଜୋରଧରିଛି ।

Leave a Reply

Your email address will not be published. Required fields are marked *

Related Posts