ଇଲେକ୍ଟ୍ରୋନିକ୍ସ ଶିଳ୍ପ କ୍ଷେତ୍ରରେ ଓଡିଶା ଆଗୁଆ

SHARE NOW :
ଭୁବନେଶ୍ୱର(ଲାଇଭଓଡିଶା ବ୍ୟୁରୋ):ଶିକ୍ଷା,ସ୍ୱାସ୍ଥ୍ୟ,ପର୍ଯ୍ୟଟନ,ବିକାଶ ଓ ଶିଳ୍ପ ସବୁଥିରେ ଓଡିଶାକୁ ଆଗେଇନବାରେ ରାଜ୍ୟ ସରକାର ଅକ୍ଲାନ୍ତ ଚେଷ୍ଟା ଚଲେଇଛନ୍ତି । ଓଡ଼ିଶା ଇଲେକ୍ଟ୍ରୋନିକ୍ସ ଶିଳ୍ପର ପ୍ରସାର ନିମନ୍ତେ ମଧ୍ୟ ରାଜ୍ୟରେ ଅନେକ ପକଳ୍ପ କରାଯାଉଛି । ଆମ ରାଜ୍ୟରେ ଇଲେକ୍ଟ୍ରୋନିକ୍ସ ସିଷ୍ଟମ ଡିଜାଇନ୍ ଓ ମାନୁଫ୍ୟାକ୍ଚରିଙ୍ଗ ଶିଳ୍ପ (ଇ.ଏସ୍.ଡି.ଏମ୍) ତ୍ୱରାନ୍ୱିତ କରିବା ନିମନ୍ତେ ଓଡ଼ିଶା ଇଲେକ୍ଟ୍ରୋନିକ୍ସ ନୀତି ପ୍ରସ୍ତୁତ କରାଯାଇଛି । ୨୦୨୬ ସୁଦ୍ଧା ଓଡ଼ିଶାକୁ ଇଲେକ୍ଟ୍ରୋନିକ୍ସ ଶିଳ୍ପରେ ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ପାଇଁ ଏହି ଇଲେକ୍ଟ୍ରୋନିକ୍ସ ନୀତି ୨୦୨୧ ଅନୁସାରେ ଶିଳ୍ପ ଉପଯୋଗୀ ବାତାବରଣ, ଉତ୍ତମ ଭିତ୍ତିଭୂମି, ଆନୁଷଙ୍ଗିକ ସହାୟତା ପ୍ରଦାନ କରାଯିବ। ଇଲେକ୍ଟ୍ରୋନିକ୍ସ ଶିଳ୍ପର ଉନ୍ନତି ପାଇଁ ରାଜ୍ୟ ସରକାର କେତେକ ପଦକ୍ଷେପ ନେଇଛନ୍ତି ।
ସେଗୁଡ଼ିକ ହେଲା : ପ୍ରଥମ ୧୦ଟି ନୂତନ ପୁଞ୍ଜିନିବେଶ ଏବଂ ସମ୍ପ୍ରସାରଣକୁ “ଉତ୍ପାଦନ ଭିତ୍ତିକ ସହାୟତା” ବାବଦରେ ବାର୍ଷିକ କାରବାରର ଏକ ପ୍ରତିଶତ ଉତ୍ପାଦନ ଆରମ୍ଭରୁ ୫ ବର୍ଷ ପାଇଁ ଯୋଗାଇ ଦିଆଯିବ । ଇସଡିମ ୟୁନିଟ୍ ଗୁଡିକୁ ସେମାନଙ୍କର ପୁଞ୍ଜିନିବେଶ ଆଧାରରେ ୧୦ କୋଟିରୁ ୨୫୦ କୋଟି ସହାୟତା ଯୋଗାଇ ଦିଆଯିବ । ଉଦ୍ୟୋଗୀମାନଙ୍କୁ ବିଦ୍ୟୁତ୍ ଶୁଳ୍କ ୫ବର୍ଷ ଛାଡ଼ କରାଯିବ। । ଉଦ୍ୟୋଗୀମାନଙ୍କୁ ଜମି କ୍ରୟ ସମୟରେ ଷ୍ଟାମ୍ପ ଡ୍ୟୁଟି ୧୦୦% ଏବଂ ଦ୍ୱିତୀୟଥର ପାଇଁ ୫୦% ଛାଡ଼ କରାଯିବ। ମହିଳା, ଅନୁସୂଚୀତ ଜାତି / ଜନଜାତି ଓ ଭିନ୍ନକ୍ଷମ ଉଦ୍ୟୋଗୀମାନଙ୍କୁ ୧୦ ପ୍ରତିଶତ ସର୍ବାଧିକ ୧ କୋଟି ଅତିରିକ୍ତ ସହାୟତା ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ଯେଉଁମାନେ ଲିଜ୍ରେ କରୁଥିବେ ସେମାନଙ୍କୁ ଅତିରିକ୍ତ ୨୫% ସର୍ବାଧିକ ୧୦ ଲକ୍ଷ ପର୍ୟ୍ୟନ୍ତ ରିହାତି ୫ ବର୍ଷ ଯୋଗାଇ ଦିଆଯିବ। ସ୍ଥାନୀୟ ଅଞ୍ଚଳର ଉଦ୍ୟୋଗୀମାନଙ୍କୁ ଅଗ୍ରାଧିକାର ଦେବାର ବ୍ୟବସ୍ଥା ରହିଛି । ଯେଉଁ ଉଦ୍ୟୋଗୀମାନେ ସ୍ଥାନୀୟ ଅଞ୍ଚଳର ଯୁବକମାନଙ୍କୁ ନିଯୁକ୍ତି ଯୋଗାଇ ଦେବେ ସେମାନଙ୍କୁ ଅତିରିକ୍ତ ପ୍ରୋତ୍ସାହନ ଯୋଗାଇ ଦିଆଯିବ। ଯେଉଁ ଇଲେକ୍ଟ୍ରୋନିକ୍ସ ଶିଳ୍ପଦ୍ୟୋଗୀମାନେ ଦୀର୍ଘ ମିଆଦି ସୂତ୍ରରେ ବ୍ୟାଙ୍କ / ଆର୍ଥିକ ସଂସ୍ଥାରୁ ଋଣକରି ଠିକ୍ ସମୟରେ ପରିଶୋଧ କରୁଥିବେ, ସେମାନଙ୍କ ଋଣ ଉପରେ ବାର୍ଷିକ ୫ ପ୍ରତିଶତ ସୁଧ ରିହାତି ୬ ବର୍ଷ କରାଯିବ।
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସମ୍ପନ୍ନ କମିଟି ଗଠନ କରାଯିବ। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ତରଫରୁ ଓକାକ୍ ବିଭିନ୍ନ ପ୍ରକାର ଦୈନନ୍ଦିନ ତଦାରଖ କରିବ । ଏହି ଯୋଜନା ୨୦୨୬ ମସିହା ମାର୍ଚ୍ଚ ୩୧ ତାରିଖ କିମ୍ବା ସେହିଭଳି ଅନ୍ୟ ଯୋଜନା ଆସିବା ବଳବତ୍ତର ରହିବ। ଏ ସମ୍ପର୍କିତ ପ୍ରସ୍ତାବକୁ ଆଜିର ମନ୍ତ୍ରୀ ପରିଷଦ ବୈଠକରେ ମଞ୍ଜୁରୀ ମିଳିଛି । ଆଜି ମୁଖ୍ୟ ସାଶନ ସଚିବ ପ୍ରଦିପ ଜେନା ଏହି ଯୋଜନାକୁ ପ୍ରେସ୍ ମିଟ୍ ଜରିଆରେ ସୂଚନା ଦେଇଛନ୍ତି