FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ରାଜ୍ୟରେ ୨୪ଘଣ୍ଟାରେ ୫୨୯ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ୨୪ଘଣ୍ଟାରେ ୫୨୯ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ୨୪ଘଣ୍ଟାରେ ୫୨୯ ଆକ୍ରାନ୍ତ ଚିହ୍ନଟ
SHARE NOW :

ଭୁବନେଶ୍ୱର(ନୀଳାଚଳ ନ୍ୟୁଜ୍‌) : ଡରାଉଛି କରୋନା । ଉପରତଳ ମୁହାଁ ହେବାରେ ଲାଗିଛି କରୋନା ସଂକ୍ରମଣ ଗ୍ରାଫ୍ । ସେହିପରି ଗତ ୨୪ଘଣ୍ଟାରେ ରାଜ୍ୟରେ, ୫୨୯ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୦୮ଜଣ କ୍ୱାରେଣ୍ଟାଇନରୁ ଥିବା ବେଳେ, ୨୨୧ଟି ଲୋକାଲ କେସ୍ ରହିଛି । ଏବଂ ୧୮ବର୍ଷରୁ କମ୍ ବୟସର ୬୨ଜଣ ପଜିଟିଭ ରହିଛନ୍ତି ।


ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୭୪ଜଣ ଚିହ୍ନଟ ହୋଇଥିବା ବେଳେ, ଅନୁଗୁଳ ଜିଲ୍ଲାରୁ ୩, ବାଲେଶ୍ୱର ୨୦, ବରଗଡରୁ ୧, ଭଦ୍ରକରୁ ୩, ବଲାଙ୍ଗୀରରୁ ୧, କଟକରୁ ୩୭, ଦେଓଗଡରୁ ୧, ଢେଙ୍କାନାଳରୁ ୧, ଗଜପତିରୁ ୩, , ଗଞ୍ଜାମରୁ ୬, ଜଗତସିଂହପୁରରୁ ୮, ଯାଜପୁରରୁ ୧୫, ଝାରସୁଗୁଡାରୁ ୨, କେନ୍ଦ୍ରାପଡାରୁ ୧୧, କେନ୍ଦୁଝରରୁ ୭, କୋରାପୁଟରୁ ୨, ମୟୂରଭଞ୍ଜରୁ ୨୩, ନୟାଗଡରୁ ୭, ନୂଆପଡାରୁ ୬, ପୁରୀରୁ ୧୩, ରାୟଗଡାରୁ ୧, ସମ୍ବଲପୁରରୁ ୧୧, ସୁନ୍ଦରଗଡରୁ ୧୦, ଓ ଷ୍ଟେଟ ପୁଲରୁ ୬୩ ଜଣ ରହିଛନ୍ତି ।


ତେବେ ନୂଆ ଆକ୍ରାନ୍ତ ସଂଖ୍ୟାକୁ ମିଶାଇ ବର୍ତ୍ତମାନ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୩୨୬୭୩ ପହଞ୍ଚିଛି । ସେଥିମଧ୍ୟରୁ ୫୧୪୧ ଟି ଆକ୍ଟିଭ୍ କେସ୍ ରହିଥିବାବେଳେ ୧୦୧୯୨୧୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Leave a Reply

Your email address will not be published. Required fields are marked *

Related Posts