FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ୧୦ ଦଫା ଦାବିରେ ଓଡିଶା ଡ୍ରାଇଭର ମହାସଂଘର ପଦଯାତ୍ରା

୧୦ ଦଫା ଦାବିରେ ଓଡିଶା ଡ୍ରାଇଭର ମହାସଂଘର ପଦଯାତ୍ରା

୧୦ ଦଫା ଦାବିରେ ଓଡିଶା ଡ୍ରାଇଭର ମହାସଂଘର ପଦଯାତ୍ରା
SHARE NOW :

ଭୁବନେଶ୍ୱର(ନୀଳାଚଳ ନ୍ୟୁଜ୍‌): ରାଜଧାନୀ ରାସ୍ତାକୁ ଓହ୍ଲାଇଛି ଓଡିଶା ଡ୍ରାଇଭର ମହାସଂଘ । ୧୦ଦଫା ଦାବି ନେଇ ରାଜରାସ୍ତାରେ ପଦଯାତ୍ରା କରୁଛି ମହାସଂଘ । ଏହା ପଦଯାତ୍ରାରେ ୩୦ଜିଲ୍ଲାର ଡ୍ରାଇଭର ମାନେ ସାମିଲ ହୋଇଛନ୍ତି । କୋଭିଡ ଯୋଦ୍ଧାର ମାନ୍ୟତା ଦେବା ସହ ଭତ୍ତା ପ୍ରଦାନ ଓ ୨୫ ବର୍ଷରେ ଲାଇସେନ୍ସ ରଦ୍ଦ ହେବା ନିୟମକୁ ପରିବର୍ତ୍ତନ ଏବଂ ଡ୍ରାଇଭରଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ପ୍ରଦାନ ଦାବିରେ ଏହି ଆନ୍ଦୋଳନ କରାଯାଇଛି । ଏହା ସହିତ ଦୁର୍ଘଟଣା ମୃତ୍ୟୁବରଣ କରିଥିବା ଡ୍ରାଇଭରଙ୍କୁ ୨୦ ଲକ୍ଷ, ଆହତ ଡ୍ରାଇଭରଙ୍କୁ ୧୦ ଲକ୍ଷ ବୀମାରାଶି ଦାବିରେ ଏହି ପଦ ଯାତ୍ରା କରୁଛି ମହାସଂଘ । ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବି ଜଣାଇଥିଲା ମହାସଂଘ । ଏପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା ହୋଇନଥିବାରୁ ଭୁବନେଶ୍ୱରରେ ଆନ୍ଦୋଳନ କରୁଛି ଡ୍ରାଇଭର ମହାସଂଘ ।


ଏହି ଆନ୍ଦୋଳନରେ ରାଜଧାନୀର ରାଜରାସ୍ତା ଜାମ୍ ହୋଇ ପଡିଛି । ସାଧାରଣ ଲୋକମାନଙ୍କ ପାଇଁ ଯିବା ଆସିବାରେ ଅନେକ ପ୍ରକାରର ଅସୁବିଧା ହୋଇଛି । ଏହି ସବୁ ଦାବୀକୁ ପୂରଣ କରାନଗଲେ ଆଗକୁ ଆନ୍ଦୋଳନ ତୀବ୍ରତର ହେବା ନେଇ ଡ୍ରାଇଭର ମହାସଂଘ ଚେତାବନୀ ଦେଇଛି ।

Leave a Reply

Your email address will not be published. Required fields are marked *

Related Posts