- Home
- »
- Breaking News
- »
- ଓଡିଶାକୁ ପୁଣି ବାତ୍ୟା ଭୟ, ଆସନ୍ତା ୨ରୁ ରାଜ୍ୟରେ ପ୍ରବଳ ବର୍ଷା
ଓଡିଶାକୁ ପୁଣି ବାତ୍ୟା ଭୟ, ଆସନ୍ତା ୨ରୁ ରାଜ୍ୟରେ ପ୍ରବଳ ବର୍ଷା

SHARE NOW :
ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ); ଓଡିଶାକୁ ପୁଣି ଘନେଇଲାଣି ବାତ୍ୟାର ଭୟ । କିନ୍ତୁ ଏପର୍ଯ୍ୟନ୍ତ ବାତ୍ୟାକୁ ନେଇ କିଛି ସ୍ପଷ୍ଟ ହୋଇନାହିଁ । ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ପ୍ରଭାବରେ ଡିସେମ୍ବର ୨ ଓ ୩ରେ କେବଳ ଲଗାଣ ବର୍ଷାର ଅନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ବୁଧବାର ସୁଦ୍ଧା ଏହା ୱେଲ୍ ମାର୍କଡ୍ ବା ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଯିବ । ୪ ତାରିଖରେ ଏହା ସ୍ଥଳଭାଗ ଛୁଇଁବା ସହ ଏହାର ପ୍ରଭାବ ଓଡ଼ିଶାରେ ପ୍ରବଳ ବର୍ଷା କରାଇବ । ୪୮ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ- ଉତ୍ତର ପଶ୍ଚିମ ଦିଗରେ ଗତି କରି ଡ଼ିପ୍ରେସନରେ ପରିଣତ ହେବାର ଅନୁମାନ କରାଯାଇଛି । ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଏହି ଲଘୁଚାପ ପଶ୍ଚିମ ଓ ଉତ୍ତର ପଶ୍ଚିମ ଆଡ଼କୁ ମୁହାଁଇପାରେ । ୧ ତାରିଖ ସୁଦ୍ଧା ଗଭୀର ଅବପାତରେ ପରିଣତ ହୋଇଯିବ । ୨ ତାରିଖରେ ଏହା ବାତ୍ୟା ରୂପ ନେବ । ୨, ୩ ଓ ୪ ତାରିଖ ଏହା ସମୁଦ୍ର ଭିତରେ ରହି ଅଧିକ ବଳ ଗୋଟାଇବ । ୪ ତାରିଖରେ ଏହା ଆନ୍ଧ୍ର ଉପକୂଳରୁ ଓଡ଼ିଶା ଉପକୂଳ ଭିତରେ ସ୍ଥଳଭାଗ ଛୁଇଁବ । ବିଶାଖପାଟଣାର ଉତ୍ତରରେ ଓଡ଼ିଶା ଉପକୂଳ ଓ ବାଲେଶ୍ୱର ଭିତରେ ଏହା ସ୍ଥଳଭାଗ ସ୍ପର୍ଶ କରିବ । ତେବେ ଜିଏଫଏସ୍ ମଡେଲର ଆକଳନ କହୁଛି, ସୃଷ୍ଟି ହେବାକୁ ଥିବା ଏହି ଲଘୁଚାପ ବାତ୍ୟା ରୂପ ନେବ । କିନ୍ତୁ ସମ୍ଭାବ୍ୟ ବାତ୍ୟା ଉପକୂଳ ଛୁଇଁବା ପୂର୍ବରୁ ଦୁର୍ବଳ ହୋଇଯିବ ବୋଲି ପ୍ରଫେସର ପଶୁପାଳକ ଆକଳନ ଲଗାଇଛନ୍ତି । ବାତ୍ୟାର ନିର୍ଦ୍ଦିଷ୍ଟ ଗତିପଥ ଓ ଏହା କେତେ ପ୍ରଭାବୀ ଭାବେ ଘନୀଭୂତ ହେବ ତାହା ଏବେସୁଦ୍ଧା ସ୍ପଷ୍ଟ ହୋଇନି ବୋଲି ସେ କହିଛନ୍ତି । ଡ଼ିସେମ୍ବର ୨ତାରିଖ ବେଳକୁ ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୩ତାରିଖରୁ ବର୍ଷାର ପରିମାଣ ବଢ଼ିବ । ଲଘୁଚାପ ପ୍ରଭାବରେ କୋରାପୁଟ, ରାୟଗଡ଼ା, କନ୍ଧମାଳ, ଢ଼େଙ୍କାନାଳ ଆଦି କେତେକ ସ୍ଥାନରେ ବର୍ଷାର ସମ୍ଭାବନା ଥିବାବେଳେ ଗଜପତି, ଗଞ୍ଜାମ, ପୁରୀ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ।