FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ସ୍ୱାସ୍ଥ୍ୟକର୍ମୀଙ୍କ କୁଶଳ ଟିକାକରଣ,ଟିକା ସଂରକ୍ଷଣରେ ଓଡିଶା ଆଗୁଆ

ସ୍ୱାସ୍ଥ୍ୟକର୍ମୀଙ୍କ କୁଶଳ ଟିକାକରଣ,ଟିକା ସଂରକ୍ଷଣରେ ଓଡିଶା ଆଗୁଆ

ସ୍ୱାସ୍ଥ୍ୟକର୍ମୀଙ୍କ କୁଶଳ ଟିକାକରଣ,ଟିକା ସଂରକ୍ଷଣରେ ଓଡିଶା ଆଗୁଆ
SHARE NOW :

ଓଡିଶା (ଲାଇଭ ଓଡିଶା ବ୍ୟୁରୋ ):ସମଗ୍ର ବିଶ୍ୱରେ କରୋନା ର କାୟା ଏଭଳି ବିସ୍ଥାର ହେଇଥିଲା ଯେ ଜନ ଜୀବନ ବ୍ୟତିବ୍ୟସ୍ତ ହୋଇପଡିଥିଲା । ଏବଂ କରୋନା ରୁ ମୁକ୍ତି ପାଇବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ମଞ୍ଜୁରି ପରେ ବିଭିନ୍ନ ଦେଶ ପ୍ରସ୍ତୁତି କରିଛି କରୋନା ଟିକା । ଏବଂ ଓ,ାରା ଦେଶରେ ଚାଲିଛି ଟୀକାକରଣ । ଏଥି ମଧ୍ୟରେ ଆସିଛି କରୋନା ଟୀକାକୁ ନେଇ ଏକ ତଥ୍ୟ । ଯାହା ପ୍ରତି ଜିଲ୍ଲା ଏବଂ ରାଜ୍ୟକୁ ନେଇ ଟିକାର ଅପଚୟ ମାତ୍ରା ଆକଳନ କରାଯାଇଛି । ଏଥିରେ ଟିକା କରଣରେ ସାରା ଦେଶରେ ଆଗରେ ରହିଛି ଓଡ଼ିଶା । ରାଜ୍ୟରେ ଟିକା ଓ୍ବେଷ୍ଟେଜ୍ ମାତ୍ର ମାଇନସ୍ ୫ ଦଶମିକ ୩ ପ୍ରତିଶତ । ଏବେ ସୁଦ୍ଧା ୪ ଦଶମିକ ୦୩ କୋଟି ଲୋକଙ୍କୁ ଦିଆଯାଇଛି ଟିକା । ୨କୋଟି ୬୮ ଲକ୍ଷ ୪ହଜାର ଲୋକଙ୍କୁ ପ୍ରଥମ ଡୋଜ୍ ଦିଆଯାଇଛି । ଏବଂ ୧ କୋଟି ୩୪ ଲକ୍ଷ ୯୬ହଜାର ଲୋକ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି । ଟିକାକରଣର ଜାତୀୟ ହାର ଅପେକ୍ଷା ରାଜ୍ୟ ହାର ଅଧିକ ରହିଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କୋଭିଡ୍ ଟିକାକରଣକୁ ନେଇ ବସିଥିବା ବୈଠକରୁ ଏହି ସୂଚନା ମିଳିଛି । ପ୍ରଥମ ଡୋଜ୍ ଟିକାକରଣରେ ଜାତୀୟ ହାର ୭୯ ଦଶମିକ ୮ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ପ୍ରଥମ ଡୋଜ୍ ଟିକାକରଣ ହାର ରହିଛି ୮୨ ଦଶମିକ ୪ ପ୍ରତିଶତ । ସେହିପରି ଦ୍ୱିତୀୟ ଡୋଜ୍ ଟିକାକରଣରେ ଜାତୀୟ ହାର ୩୮ଦଶମିକ ୪ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ୪୧ଦଶମିକ ୫ ପ୍ରତିଶତ ଲୋକଙ୍କୁ ଦିଆଯାଇଛି ଦ୍ୱିତୀୟ ଡୋଜ୍ । ନଭେମ୍ବର ୩୦ ସୁଦ୍ଧା ୯୦ ପ୍ରତିଶତ ଲୋକଙ୍କୁ ପ୍ରଥମ ଡୋଜ୍ ଟିକାକରଣ ଲକ୍ଷ୍ୟ ରଖାଯାଇଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କୋଭିଡ୍ ଟିକାକରଣକୁ ନେଇ ବସିଥିବା ବୈଠକରୁ ଏହି ସୂଚନା ମିଳିଛି ।
ରାଜ୍ୟରେ ମୋଟ ୪.୦୩ କୋଟି ଡୋଜ୍ କରୋନା ଟିକାକରଣ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ କୋଟି ୬୮ ଲକ୍ଷ ୪୭୫୫ ଜଣ କରୋନା ଟିକାର ପ୍ରଥମ ଡୋଜ୍ ଗ୍ରହଣ କରିସାରିଥିବା ବେଳେ ୧ କୋଟି ୩୪ ଲକ୍ଷ ୯୬ ହଜାର ୫୯ ଜଣ କରୋନା ଟିକାର ଦ୍ୱିତୀୟ ଡୋଜ୍ ନେଇ ସାରିଛନ୍ତି । ତେବେ ଏହି ପରିସଂଖ୍ୟାନକୁ ଡିସେମ୍ୱର ସୁଦ୍ଧା ଶତ ପ୍ରତିଶତରେ ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।
ଅନ୍ୟ ପକ୍ଷରେ ଟିକାର ଅପଚୟ ରାଜ୍ୟରେ ବହୁତ କମ୍ ହୋଇଥିବାରୁ ଏହାକୁ ପ୍ରଶଂସା କରିଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଲିନୀ ପଣ୍ଡିତ । ରାଜ୍ୟରେ ଟିକାର ପରିବହନକୁ ଅତ୍ୟନ୍ତ ବ୍ୟବସ୍ଥିତ ଢଙ୍ଗରେ କରାଯାଇଥିବାରୁ ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କ କୁଶଳ ଟିକାକରଣ ଯୋଗୁଁ ରାଜ୍ୟରେ ଟିକାର ଅପଚୟ କମ୍ ହୋଇଥିବା ସେ କହିଛନ୍ତି । ରାଜ୍ୟ ପ୍ରାୟ ୨୦ ଲକ୍ଷ କରୋନା ଡୋଜ୍ର ଅପଚୟକୁ ରୋକିପାରିଛି ।ଏହାକୁ ନେଇ ବିଭିନ୍ନ ମାହୋଲ ରାଜ୍ୟ ସରକାର ଏବଂ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ପ୍ରଂଶଷା କରାଯାଉଛି ।

Leave a Reply

Your email address will not be published. Required fields are marked *

Related Posts