FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. କଳାହାଣ୍ଡି: ମାନଝରିରେ ଏକ ନିଆରା ପର୍ବ ଖନ୍ଧାଚଲା

କଳାହାଣ୍ଡି: ମାନଝରିରେ ଏକ ନିଆରା ପର୍ବ ଖନ୍ଧାଚଲା

କଳାହାଣ୍ଡି: ମାନଝରିରେ ଏକ ନିଆରା ପର୍ବ ଖନ୍ଧାଚଲା
SHARE NOW :

କଳାହାଣ୍ଡି(ରାଇଚନ ଅଘରିଆ /ଲାଇଭ ଓଡିଶା ନ୍ୟୁଜ): ହିନ୍ଦୁ ରୀତି ନୀତି ଆନୁସାରେ ବାର ମାସରେ ତେର ପର୍ବ ପାଳନ କରାଯାଏ । ଏହାକୁ ବାଦ୍ ଦେଲେ, ଗ୍ରାମାଞ୍ଚଳ ମାନଙ୍କରେ ବିଭିନ୍ନ ଦେବାଦେବୀଙ୍କ ଉତ୍ସବ ନିମନ୍ତେ ମଧ୍ୟ ଅନେକ ଗୁଡିଏ ପର୍ବ ପାଳନ କରୁଥିବାର ଦେଖିବାକୁ ମିଳେ । ସେହିଭଳି ଭାବେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମାନଝରି ଗ୍ରାମରେ ଏକ ନିଆରା ପର୍ବ ପାଳନ କରାଯାଏ ଯାହାର ନାଁ ହେଉଛି ଖନ୍ଧାଚଲା ।

ଏହା ଏକ ଆଞ୍ଚଳିକ ପର୍ବ ଏବଂ ଏହି ପର୍ବରେ ଦୈବୀଶକ୍ତି ମନୁଷ୍ୟ ଶରୀରକୁ ପ୍ରବେଶ କରି ଜଳୁଥିବା ଅଙ୍ଗାର ରେ ଚାଲୁଥିବାର ଦୃଶ୍ୟ ଦେଖିବାକୁ ମିଳିଥାଏ । ଏହି ପର୍ବକୁ ଦେଖିବା ପାଇଁ ଗାଁରୁ ତଥା ଦୂରଦୂରାନ୍ତରୁ ଅନେକ ଲୋକଙ୍କ ଭିଡ଼ ଜମି ଥାଏ । ବିଶ୍ୱାସ ରହିଛି ଯେ ଯେଉଁମାନେ ମାନସିକ କରି ଏଠାକୁ ଆସନ୍ତି କିମ୍ବା ଯେଉଁ ବିବାହିତା ନାରୀକୁ ଦୀର୍ଘ ବର୍ଷ ଧରି ସାନ୍ତାନ ନ ହୋଇଥାଏ, ସେମାନଙ୍କୁ ମଧ୍ୟ ଦେବୀ ଜଳୁଥିବା ଅଙ୍ଗାରରେ ଚାଲିବାକୁ ନିର୍ଦେଶ ଦିଅନ୍ତି ଯାହାଫଳରେ ସେମାନଙ୍କ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ମଧ୍ୟ ବିଶ୍ୱାସ କରାଯାଏ । ଏହି ଦେବୀ ମାଙ୍କୁ ଦୁଆର୍ଶନୀ ଭାବରେ ଏହି ଗ୍ରାମରେ ପୁଜା କରାଯାଇଥାଏ ।

Leave a Reply

Your email address will not be published. Required fields are marked *

Related Posts