FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ଶିକ୍ଷୟିତ୍ରୀ ନିଖୋଜ ଘଟଣା: ବିଦ୍ୟାଳୟ ପରିସରରେ ନିର୍ମାଣଧୀନ ଷ୍ଟାଡିୟମକୁ ସିଲ କଲା ପୋଲିସ

ଶିକ୍ଷୟିତ୍ରୀ ନିଖୋଜ ଘଟଣା: ବିଦ୍ୟାଳୟ ପରିସରରେ ନିର୍ମାଣଧୀନ ଷ୍ଟାଡିୟମକୁ ସିଲ କଲା ପୋଲିସ

ଶିକ୍ଷୟିତ୍ରୀ ନିଖୋଜ ଘଟଣା: ବିଦ୍ୟାଳୟ ପରିସରରେ ନିର୍ମାଣଧୀନ ଷ୍ଟାଡିୟମକୁ ସିଲ କଲା ପୋଲିସ
SHARE NOW :

କଳାହାଣ୍ଡି(ଲାଇଭ ଓଡିଶା ନ୍ୟୁଜ) :ଗତ ୨ସପ୍ତାହ ଧରି ନିଖୋଜ ଥିବା କଳାହାଣ୍ଡି ମହାଲିଙ୍ଗ ସନ୍ସାଇନ୍ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀଙ୍କର କୈାଣସି ଖୋଜ ଖବର ପାଇପାରୁନାହଁ ପୋଲିସ । ଏନେଇ ମିଳିଥିବା କିଛି ସୁରାଗରୁ ମହାଲିଙ୍ଗ ହାଇସ୍କୁଲ ସ୍ଥିତ ନିର୍ମାଣଧିନ ଷ୍ଟାଡିୟମକୁ ସିଲ୍ କରିଛି ପୋଲିସ । ତେବେ ନିଖୋଜ ଶିକ୍ଷୟିତ୍ରୀଙ୍କୁ ହତ୍ୟା କରି ପୋତି ଦିଆଯାଇଥିବା ସନ୍ଦେହ କରୁଛି ପୋଲିସ। ଗତକାଲି ରାତିରୁ ଏହି ସିଲ୍ କରାଯାଇଥିଲାବେଳେ ଷ୍ଟାଡିୟମ ପରିସରରେ ୧ ପ୍ଲାଟୁନ ଫୋର୍ସ ପୋଲିସ ମୁତୟନ ହୋଇଛନ୍ତି । ଘଟଣା ସ୍ଥଳରେ ଗତକାଲି ରାତିରୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଅଛନ୍ତି ।

ଘଟଣା ସ୍ଥଳରେ ପୋଲିସର ବରିଷ୍ଠ ଅଧିକାରୀ ରହିଥିବାବେଳେ ସାଇଣ୍ଟିଫିକ୍ ଟିମ୍ ପହଁଞ୍ଚି ଘଟଣା ସ୍ଥଳ ଅନୁଧ୍ୟାନ କରୁଛନ୍ତି । ଷ୍ଟାଡିୟମ ପରିଷରରେ ଜେସିବି ଲାଗଯାଇ ପୋଲିସ ଦ୍ୱାରା ମାଟିଖୋଳା ଆରମ୍ଭ ହେବ । ସେପଟେ ସନ୍ଦେହ ଘେରରେ ଥିବା ଗୋବିନ୍ଦ ସାହୁ ପୋଲିସ କବଜାରୁ ଖସି ପଳାଇବା ପରେ ତାର ମଧ୍ୟ ପତ୍ତା ପାଉନି ପୋଲିସ ।

ଉକ୍ତ ଘଟଣାରେ ସନ୍ସାଇନ୍ କଲେଜର ପ୍ରନ୍ସିପାଲ ରଣଜିତ ସାହୁଙ୍କୁ କଳାହାଣ୍ଡି ଏସପି ପଚରାଉଚରା କରିଥିବା ବେଳେ ଏହା ସହିତ ଜଣେ ଯୁକ୍ତ ୩ର ଛାତ୍ରୀଙ୍କୁ ପୋଲିସ ପଚରାଉଚରା କରୁଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *

Related Posts