- Home
- »
- ଟ୍ରେଣ୍ଡିଙ୍ଗ ନ୍ୟୁଜ୍
- »
- ବିଧାୟକ ମୋହନ ମାଝୀଙ୍କ ଗାଡି ଉପରକୁ ବୋମା ମାଡ ଘଟଣା , ମୁଖ୍ୟ ଅଭିଯୁକ୍ତ ଗିରଫ
ବିଧାୟକ ମୋହନ ମାଝୀଙ୍କ ଗାଡି ଉପରକୁ ବୋମା ମାଡ ଘଟଣା , ମୁଖ୍ୟ ଅଭିଯୁକ୍ତ ଗିରଫ

SHARE NOW :
କେନ୍ଦୁଝର(ନୀଳାଚଳ ନ୍ୟୁଜ୍): ବିଧାୟକ ମୋହନ ମାଝୀଙ୍କ ଗାଡ଼ି ଉପରକୁ ବୋମାମାଡ଼ ଘଟଣାରେ ସଂମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ରଘୁନାଥ ପଣ୍ଡା ଗିରଫ । ରଘୁନାଥଙ୍କୁ ପଣ୍ଡାପାଲି ଅଞ୍ଚଳରୁ ଗିରଫ କରିଛି ପୋଲିସ । ରଘୁନାଥ ଗିରଫ ପରେ ଗିରଫ ହୋଇଥିବା ମୋଟ ଅଭିଯୁକ୍ତଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି ।
ସୂଚନା ଅନୁଯାୟୀ, ଗତ ୧୦ ତାରିଖରେ ଏକ ସାଧାରଣ ସଭା ସାରି ଫେରୁଥିବା ବେଳେ ଟାଉନ ଥାନା ଅଞ୍ଚଳର ମଣ୍ଡୁଆ ଠାରେ ଦୁଇ ବାଇକ ଅରୋହୀ ମୋହନଙ୍କ ଗାଡି ଉପରକୁ ଦୁଇଟି ବୋମା ଫିଙ୍ଗି ଫେରାର ହୋଇଯାଇଥିଲେ । ପରେ ଏ ନେଇ ଟାଉନ ଥାନା ରେ ଲିଖିତ ଅଭିଯୋଗ କରିଥିଲେ ବିଧାୟକ ମୋହନ ମାଝୀ। ଏହି ଘଟଣାରେ ସଂମ୍ପୃକ୍ତ ଅଭିଯୁକ୍ତ ପ୍ରତାପ ରାଉତ, ବିଦ୍ୟାଧର ପରିଡ଼ା, ମନମୋହନ ଦାସ, ଶରତ ଚନ୍ଦ୍ର ଜେନା ଓ ଶିକୁଲ ଶେଖଙ୍କୁ ଗିରଫ କରିଥିଲା ପୋଲିସ । ସେମାନଙ୍କ ଠାରୁ ୪ଟି ମୋବାଇଲ, ଗୋଟିଏ ବାଇକ ଓ ଦୁଇଟି ଅଫୁଟା ବୋମା ଜବତ କରିଥିଲା ପୋଲିସ । ବର୍ତ୍ତମାନ ଏହି ଘଟଣାରେ ଲିପ୍ତ ଥିବା ମୁଖ୍ୟ ଅଭିଯୁକ୍ତ ରଘୁନାଥ ପଣ୍ଡାଙ୍କୁ ଗିରଫ କରିଛି ପୋଲିସ ।