FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ଜୁନ୍‌ରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା, ମୌସୁମୀ ଜନିତ ବର୍ଷା ନେଇ ଆଇଏମଡି ଡିଜିଙ୍କ ସୂଚନା

ଜୁନ୍‌ରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା, ମୌସୁମୀ ଜନିତ ବର୍ଷା ନେଇ ଆଇଏମଡି ଡିଜିଙ୍କ ସୂଚନା

ଜୁନ୍‌ରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା, ମୌସୁମୀ ଜନିତ ବର୍ଷା ନେଇ ଆଇଏମଡି ଡିଜିଙ୍କ ସୂଚନା
SHARE NOW :

ଭୁବନେଶ୍ୱର (ଲାଇଭ ଓଡ଼ିଶା): ଜୁନ ମାସରେ ହେବ ସ୍ୱାଭାବିକ ଠାରୁ ଭଲ ବର୍ଷା ହେବ । ମୌସୁମୀ ଜନିତ ବର୍ଷା ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା । ଏବେ ମୌସୁମୀ କେବଳ ସମ୍ପୂର୍ଣ୍ଣ ଭାବେ ଛୁଇଁ ସାରିଲାଣି । କର୍ଣ୍ଣାଟକ, ଆସାମ, ମେଘାଳୟରେ ପ୍ରବେଶ କରୁଛି । ସାଧାରଣତଃ ଜୁନ୍ ୧୨ରୁ ୧୫ ମଧ୍ୟରେ ମୌସୁମୀ ଓଡିଶା ଛୁଇଁଥାଏ । 

ହେଲେ ଚଳିତ ବର୍ଷ ମୌସୁମୀ ଋତୁରେ ଓଡିଶାରେ ମିଶ୍ରିତ ବର୍ଷା ଆକଳନ ହୋଇଛି । ଜୁନ୍ ମାସରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବା ନେଇ ଆକଳନ କରାଯାଇଛି । ମୋଟ ଉପରେ କିଛି ଅଞ୍ଚଳରେ ଅଧିକ, କିଛି ସ୍ଥାନରେ କମ୍ ବର୍ଷିବ । 

କେନ୍ଦ୍ର ଓଡିଶା ଓ ଉତ୍ତର ଓଡିଶାର କିଛି ଅଞ୍ଚଳରେ କମ୍ ବର୍ଷିପାରେ । ତେବେ ସାରା ଦେଶରେ ୧୦୩ ପ୍ରତିଶତ ବର୍ଷା ମଧ୍ୟ ହୋଇପାରେ ।

Leave a Reply

Your email address will not be published. Required fields are marked *

Related Posts