FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ଖୋଲୁଛି ଗୁମର: ୩ ଗିରଫ

ଖୋଲୁଛି ଗୁମର: ୩ ଗିରଫ

ଖୋଲୁଛି ଗୁମର: ୩ ଗିରଫ
SHARE NOW :


ଭୁବନେଶ୍ୱର(ନୀଳାଚଳ ନ୍ୟୁଜ୍‌): ବହୁ ଚର୍ଚ୍ଚିତ ମନୀଷ ମୃତ୍ୟୁ ରହସ୍ୟର ଖୋଲୁଛି ଗୁମର । ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ମୃତ୍ୟୁ ମାମଲାରେ ୩ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ମନିଷଙ୍କୁ ହତ୍ୟା କରି ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଏହି ୩ଜଣଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ଅମ୍ରିତ ବିଶ୍ୱାଳ, ଦିନେଶ ଓ ମୃତ୍ୟୁଞ୍ଜୟ। ଏନେଇ ଆଜି ଏକ ପ୍ରେସମିଟରେ ସୂଚନା ଦେଇପାରନ୍ତି ଭୁବନେଶ୍ୱର ଡିସିପି ।


ସୂଚନା ଅନୁଯାୟୀ, ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କୁ ଗତ ଶନିବାର ରାତିରେ ହତ୍ୟା କରି ଭୁବନେଶ୍ୱର ପାତ୍ରପଡା ସ୍ଥିତ ନମକାନି ପୋଖରିରେ ଫୋପାଡି ଦେଇଥିଲେ । ଘଟଣା ସ୍ଥଳରୁ ପୋଲିସ ମନୀଷଙ୍କ ଶବକୁ ଉଦ୍ଧାର କରି ପୂରା ଘଟଣାର ଛାନ୍ ଭିନ୍ ଆରମ୍ଭ କରିଥିଲା । ଖୋଳତାଡ ପରେ ସାମ୍ନାକୁ ଆସିଲା ହୋଟେଲ ସାଉଥ୍ ସିଟି ଓ ସିସିଟିଭି ଫୁଟେଜ୍ । ଏ ସବୁକୁ ଆଧାର କରି କମିଶନରେଟ୍ ପୋଲିସ ୩ଜଣଙ୍କୁ ଗିରଫ କରିଛି । ଏହି ହତ୍ୟା ଘଟଣାକୁ ୭ଦିନ ବିତି ଯାଇଥିଲେ ବି ଆଜି ପର୍ଯ୍ୟନ୍ତ ଏହି ରହସ୍ୟର ଗୁମର ଖୋଲି ନାହିଁ । କିନ୍ତୁ ପୋଲିସର ତଦନ୍ତ କ୍ରମେ ଦିନକୁ ଦିନ ଏହି ହତ୍ୟା ଘଟଣା ଉପରୁ ଫିଟୁଛି ଗୁମର ।

Leave a Reply

Your email address will not be published. Required fields are marked *

Related Posts