FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ମନ୍ତ୍ରୀ ପ୍ରତାପ ଜେନାଙ୍କୁ ହୃଦଘାତ, ଭୁବନେଶ୍ୱର ର ଏକ ଘରୋଇ ମେଡିକାଲରେ ଭର୍ତ୍ତି

ମନ୍ତ୍ରୀ ପ୍ରତାପ ଜେନାଙ୍କୁ ହୃଦଘାତ, ଭୁବନେଶ୍ୱର ର ଏକ ଘରୋଇ ମେଡିକାଲରେ ଭର୍ତ୍ତି

ମନ୍ତ୍ରୀ ପ୍ରତାପ ଜେନାଙ୍କୁ ହୃଦଘାତ, ଭୁବନେଶ୍ୱର ର ଏକ ଘରୋଇ ମେଡିକାଲରେ ଭର୍ତ୍ତି
SHARE NOW :

ଭୁବନେଶ୍ୱର,୧୧.୯ (ଲାଇଭ ଓଡ଼ିଶା ନ୍ୟୁଜ୍‌): ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ହୃଦଘାତ । ଗତକାଲି ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଭୁବନେଶ୍ୱର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ତାଙ୍କ ଛାତିରେ ଦୁଇଟି ବ୍ଲକେଜ ଥିବା ଜଣା ପଡିବା ପରେ ଅସ୍ତ୍ରୋପଚାର କରି ଡାକ୍ତର ଦୁଇଟି ଷ୍ଟେଣ୍ଟ ଲଗାଯାଇଥିବା ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଶ୍ରୀ ଜେନା ଏବେ ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ଭାବରେ ପଞ୍ଚାୟତ ରାଜ ଏବଂ ପାନୀୟ ଜଳ, ଆଇନ, ଗୃହ ଏବଂ ନଗର ଉନ୍ନୟନ ବିଭାଗର ଦାୟୀତ୍ୱ ସମ୍ଭାଳୁଛନ୍ତି ।

Leave a Reply

Your email address will not be published. Required fields are marked *

Related Posts