FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଜାତୀୟ ହାରଠାରୁ ବି ଓଡ଼ିଶାରେ ଆତ୍ମହତ୍ୟା ହାର ଅଧିକ

ଜାତୀୟ ହାରଠାରୁ ବି ଓଡ଼ିଶାରେ ଆତ୍ମହତ୍ୟା ହାର ଅଧିକ

ଜାତୀୟ ହାରଠାରୁ ବି ଓଡ଼ିଶାରେ ଆତ୍ମହତ୍ୟା ହାର ଅଧିକ
SHARE NOW :

ଭୁବନେଶ୍ୱର, ୧୦/୯: (ଲାଇଭ୍ ଓଡ଼ିଶା ନ୍ୟୁଜ୍‌) କରୋନା ମହାମାରୀ କାୟା ବିସ୍ତାର ହେବା ପରଠୁ ସାରା ବିଶ୍ବରେ ଆତ୍ମହତ୍ୟାର ସଂଖ୍ୟା ଉଦ୍ବେଗଜନକ ଭାବେ ବଢ଼ିଚାଲିଛି । ତେବେ ଆତ୍ମହତ୍ୟା କ୍ଷେତ୍ରରେ ଜାତୀୟ ହାରଠାରୁ ବି ଉର୍ଦ୍ଧ୍ୱରେ ରହିଛି ଓଡିଶା। ଆତ୍ମହତ୍ୟା ସଂଖ୍ୟାର ଜାତୀୟ ହାର ୧୦.୪ ପ୍ରତିଶତ ଥିବା ବେଳେ ଓଡିଶାରେ ଏହା ୧୦.୫ ପ୍ରତିଶତ ରହିଛି। ତେବେ ଆଜି ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ ହୋଇଥିବାରୁ ବୃଦ୍ଧି ହେଉଥିବା ଆତ୍ମହତ୍ୟାର ସଂଖ୍ୟାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଦିନର ଶୀର୍ଷକ ‘ସମସ୍ତେ ମିଳିମିଶି ଆସନ୍ତୁ ଆତ୍ମହତ୍ୟାକୁ ରୋକିବା’ ଦେଇଛନ୍ତି ।


ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି)ର ରିପୋର୍ଟ ଅନୁସାରେ ୨୦୧୫ରୁ ୨୦୧୯ ପର୍ଯ୍ୟନ୍ତ ୫ ବର୍ଷରେ ଭାରତରେ ୬ ଲକ୍ଷ ୬୮ ହଜାର ୧୫୭ ଜଣ ଆତ୍ମହତ୍ୟା କରିଛନ୍ତି। ୨୦୧୯ ପରଠାରୁ ଏହାର ତଥ୍ୟ ସାର୍ବଜନୀନ ହୋଇପାରିନି। କରୋନା ସମୟରେ ଯଦିଓ ଆତ୍ମହତ୍ୟା ହାର ବୃଦ୍ଧି ପାଇଛି ବୋଲି କୁହାଯାଉଛି କିନ୍ତୁ ଏହାର ନିର୍ଦ୍ଦିଷ୍ଟ ସଂଖ୍ୟା ଜାରି କରାଯାଇ ନାହିଁ। ସୂଚନା ଅନୁଯାୟୀ ୨୦୧୯ରେ ଭାରତରେ ୧ ଲକ୍ଷ ୪୦ ହଜାର ଲୋକ ଆତ୍ମହତ୍ୟା କରିଥିବା ବେଳେ ଓଡିଶାରେ ୪୫ ଶହ ଜଣ ଆତ୍ମହତ୍ୟା କରିଛନ୍ତି। ଦେଶରେ ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଯୁବକଙ୍କ ସଂଖ୍ୟା ହେଉଛି ୬୭ ପ୍ରତିଶତ। ଅର୍ଥାତ୍ ୧୮ ରୁ ୪୫ ବର୍ଷର ଲୋକ ଅଧିକ ଆତ୍ମହତ୍ୟା କରୁଛନ୍ତି। ଅନ୍ୟପଟେ ୨୦୧୭ ମସିହାରୁ ୨୦୧୯ ମସିହା ମଧ୍ୟରେ ୨୪ ହଜାର କିଶୋର ଓ କିଶୋରୀ (୧୪ ରୁ ୧୮ ବର୍ଷ) ଆତ୍ମହତ୍ୟା କରିଛନ୍ତି। ଭାରତରେ ପ୍ରତି ଦିନ ୩୮୦ଜଣ ଆତ୍ମହତ୍ୟା କରୁଥିବା ବେଳେ ପ୍ରତି ଘଣ୍ଟାରେ ହାରାହାରି ଭାବେ ୧୬ଜଣ ଆତ୍ମହତ୍ୟା କରୁଛନ୍ତି। ୨୦୧୯ରେ ଦେଶରେ ୧୦ ହଜାର ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିଲେ। ପ୍ରତି ବର୍ଷ ବିଶ୍ବରେ ୮ଲକ୍ଷ ଲୋକ ଆତ୍ମହତ୍ୟା କରୁଛନ୍ତି।


ଏନସିଆରବି ତଥ୍ୟ ଅନୁଯାୟୀ ଭାତରରେ ୨୦୧୫ରେ ୧ଲକ୍ଷ ୩୩ହଜାର ୬୨୩ଜଣ, ୨୦୧୬ରେ ୧ଲକ୍ଷ ୩୧ହଜାର ୮ ଜଣ, ୨୦୧୭ରେ ୧ଲକ୍ଷ ୨୯ହଜାର ୮୮୭ ଜଣ, ୨୦୧୮ରେ ୧ଲକ୍ଷ ୩୪ହଜାର ୫୧୬ଜଣ, ୨୦୧୯ରେ ୧ଲକ୍ଷ ୩୯ହଜାର ୧୨୩ଜଣ ଆତ୍ମହତ୍ୟା କରିଛନ୍ତି।

Leave a Reply

Your email address will not be published. Required fields are marked *

Related Posts