FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. କେନ୍ଦ୍ରାପଡାରେ ଲାଗୁ ହେଲା ନାଇଟ କର୍ଫ୍ୟୁ

କେନ୍ଦ୍ରାପଡାରେ ଲାଗୁ ହେଲା ନାଇଟ କର୍ଫ୍ୟୁ

କେନ୍ଦ୍ରାପଡାରେ ଲାଗୁ ହେଲା ନାଇଟ କର୍ଫ୍ୟୁ
SHARE NOW :

କେନ୍ଦ୍ରାପଡା(ଲାଇଭ ଓଡିଶା ନ୍ୟୁଜ): ଆଗକୁ ଆସୁଛି ଗଜଲକ୍ଷ୍ମୀ ପୂଜା । ଏନେଇ କେନ୍ଦ୍ରାପଡା ଜିଲ୍ଲାରେ ମଧ୍ୟ ରାତି ୧୦ରୁ ସକାଳ ୫ଟା ଯାଏ ନାଇଟ କର୍ଫ୍ୟୁ ଜାରି କରାଯାଇଛି । ଏହା ଆଜିଠାରୁ ଆସନ୍ତା ନଭେମ୍ବର ୧ ତାରିଖ ଯାଏ ବଳବତ୍ତର ରହିବ ।


ଆଗକୁ ଆସୁଥିବା ଲକ୍ଷ୍ମୀପୂଜାରେ ଯେପରି ଲୋକମାନେ ଭିଡ ନକରିବେ ସେ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି । ସହରରେ କୋଭିଡ ସଂକ୍ରମଣକୁ ଦୃଷ୍ଟି ଆଗରେ ରଖି ପୂଜା ପାଇଁ ଏହି ନାଇଟ କର୍ଫ୍ୟୁ ଜାରି କରାଯାଇଛି । କର୍ଫ୍ୟୁ ସମୟରେ ଯେପରି ଠିକ୍ ଭାବରେ ସୁରକ୍ଷା ବ୍ୟବସ୍ଥା କରାଯାଇପାରିବ ସେନେଇ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।


କରୋନା ସମୟରେ ସଂକ୍ରମଣକୁ ଦୃଷ୍ଟି ଆଗରେ ରଖି ରାଜ୍ୟ ସରକାର ଅକ୍ଟୋବର ୧୧ତାରିଖରୁ ୨୦ତାରିଖ ପର୍ଯ୍ୟନ୍ତ ଟୁଇନ ସିଟି ଓ କଟକ ସହରରେ ନାଇଟ କର୍ଫ୍ୟୁ ଜାରି କରିଥିଲେ । ଯାହା ରାତି୮ରୁ ସକାଳ୫ଟା ଯାଏ ବଳବତ୍ତର ରହିଛି ।

Leave a Reply

Your email address will not be published. Required fields are marked *

Related Posts