FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ବାତ୍ୟା ପାଇଁ ପ୍ରସ୍ତୁତ ଓଡିଶା, କୃଷି ଅଧିକାରୀଙ୍କ ପାଇଁ ଆସିଲା ନିର୍ଦ୍ଦେଶ

ବାତ୍ୟା ପାଇଁ ପ୍ରସ୍ତୁତ ଓଡିଶା, କୃଷି ଅଧିକାରୀଙ୍କ ପାଇଁ ଆସିଲା ନିର୍ଦ୍ଦେଶ

ବାତ୍ୟା ପାଇଁ ପ୍ରସ୍ତୁତ ଓଡିଶା, କୃଷି ଅଧିକାରୀଙ୍କ ପାଇଁ ଆସିଲା ନିର୍ଦ୍ଦେଶ
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ଆସୁଛି ବାତ୍ୟା “ଜୱାଦ” । ତେବେ ସାମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି । ସଚିବ ସୁରେଶ କୁମାର ବୈଶିଷ୍ଟ୍ୟଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସମସ୍ତ ଜିଲ୍ଲାର କୃଷି ଓ ଉଦ୍ୟାନ କୃଷି ଅଧିକାରୀ ଭିସି ଜରିଆରେ ଯୋଡି ହୋଇଥିଲେ । ସମସ୍ତ ଅଧିକାରୀମାନେ ଆସନ୍ତା ଡିସେମ୍ବର ୬ ତାରିଖ ପର‌୍ୟ୍ୟନ୍ତ ନିଶ୍ଚିତ ରୂପେ ନିଜର ମୁଖ୍ୟ କାର‌୍ୟ୍ୟାଳୟରେ ଉପସ୍ଥିତ ରହିବେ ବୋଲି କମିଶନର ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଫସଲ ସୁରକ୍ଷା ଉପଦେଶାବଳୀକୁ କମ୍ୟୁନିଟି ରେଡିଓ ଏବଂ ଡାକବାଜି ଯନ୍ତ୍ର ସାହାଯ୍ୟରେ ଚାଷୀମାନଙ୍କୁ ଆସନ୍ତା ଦୁଇ ଦିନ ମଧ୍ୟରେ ପ୍ରଚାର ଓ ପ୍ରସାର କାର‌୍ୟ୍ୟକ୍ରମ ଶେଷ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି । ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଏବଂ ଉଦ୍ୟାନ କୃଷି ନିର୍ଦ୍ଦେଶକ ଉପସ୍ଥିତ ରହି ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କୁ ପରାମର୍ଶ ପ୍ରଦାନ କରିଛନ୍ତି । ଭାରତୀୟ ପାଣିପାଗ ବିଭାଗ ଆକଳନ ଅନୁଯାୟୀ ଆସନ୍ତା ଡିସେମ୍ବର ୩ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଏକ ବାତ୍ୟା ସୃଷ୍ଟି ହେବ ।୪ ତାରିଖ ସକାଳ ଦକ୍ଷିଣ – ଉତ୍ତର ଆନ୍ଧ୍ର ଉପକୂଳରେ ପହଞ୍ଚିବାର ସୂଚନା ମିଳିଛି । ଏହାର ପ୍ରଭାବରୁ ୩ ତାରିଖ ରାତିରୁ ଓଡିଶା ଉପକୂଳରେ ବର୍ଷା ଆରମ୍ଭ ହୋଇଯିବ ।

Leave a Reply

Your email address will not be published. Required fields are marked *

Related Posts