ପୋଲିସ ହାତରେ ଧରା ପଡିଲା ପମ୍ପ ଚୋର

SHARE NOW :
ସୁବର୍ଣ୍ଣପୁର(ପିତାମ୍ବର ମହାପାତ୍ର /ଲାଇଭ ଓଡିଶା ନ୍ୟୁଜ) : ସୁବର୍ଣ୍ଣପୁର ଜିଲ୍ଲା ସଦର ପୋଲିସକୁ ମିଳିଛି ବଡ଼ ସଫଳତା । ବହୁ ଦିନରୁ ଲୁଚକାଳି ଖେଳୁଥିବା ପମ୍ପ ଚୋର ଏବେ ପୋଲିସ ହାତରେ ଧରା ପଡିଛି । ଅଭିଯୋଗ ମୁତାବକ , ଚୋରଟି କୌଶଳ କରି ବିଭିନ୍ନ କୁଅରେ ଲାଗିଥିବା ମଟରକୁ ଚୋରୀ କରି ନେଇ ଅନ୍ୟ ସ୍ଥାନରେ ବିକ୍ରି କରୁଥିଲା । ଏନେଇ ସୋନପୁର ଥାନାରେ ବିଭିନ୍ନ ସମୟରେ ୬ ଟି କେସ ରୁଜୁ ହୋଇଥିଲା । ଅଭିଯୋଗ ଆଧାରରେ ପୋଲିସ ଏହାର ତନାଘନା ଆରମ୍ଭ କରିଥିଲା । ତଦନ୍ତ କରି ମୋଟ ୧୧ ଟି ପମ୍ପ ଉଦ୍ଧାର କରିବା ସହିତ ଶେଷରେ ଗତକାଲି ସଂପୃକ୍ତ ଚୋରକୁ ଧରିବାରେ ସଫଳ ହୋଇଛି ପୋଲିସ । ତା ସହ ଅଭିଯୁକ୍ତ ସଦର ଥାନା କଳିଙ୍ଗନଗରର ରାମ ଘଡିଆକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି ସୋନପୁର ଏସଡିପିଓ ।