FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ବନ୍ଦ ରାଜନୀତି

ବନ୍ଦ ରାଜନୀତି

ବନ୍ଦ ରାଜନୀତି
SHARE NOW :

ଭୁବନେଶ୍ୱର (ଲାଇଭ ଓଡିଶା ନ୍ୟୁଜ୍‌) : ମମିତା ହତ୍ୟାକୁ ନେଇ ରାଜନୀତି ଥମିବାର ନାଁ ନେଉନାହିଁ । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ନିଜର ଦୋଷ ସ୍ୱିକାର କରିବା ଓ ମମିତାର ପରିବାର ପୋଲିସର ଯାଞ୍ଚ ଉପରେ ବିଶ୍ୱାସ ଥିବା କହିବା ପରେ ବି କଂଗ୍ରେସର ଏ ବନ୍ଦ ରାଜନୀତି ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ଯଦିଓ କଂଗ୍ରେସ କର୍ମୀମାନେ ସକାଳୁ ସକାଳୁ ବନ୍ଦ ସମର୍ଥନରେ ରାସ୍ତାକୁ ଓହ୍ଲାଇଥିଲେ କିନ୍ତୁ ତାହାର ପ୍ରଭାବ ସାଧାରଣ ଜନଜୀବନ ଉପରେ ଦେଖିବାକୁ ମିଳିନାହିଁ ।
ଲାଗୁଛି କଂଗ୍ରେସକୁ ବହୁତ ଦିନ ପରେ ଏକ ପ୍ରସଙ୍ଗ ମିଳିଛି ଆଉ ଦଳ ଏହା ମାଧ୍ୟମରେ ନିଜ ଭିତ୍ତିଭୂମି ମଜବୁତ କରିବାକୁ ଚାହୁଁଛି । ତେବେ ଗତକାଲି ବନ୍ଦକୁ ନେଇ ହାଇକୋର୍ଟଙ୍କ ରାୟ କଂଗ୍ରେସର ଯୋଜନାକୁ ଶକ୍ତ ଧକ୍କା ଦେଇଥିଲା । ଆଉ ଯାହା ଆଶା ବାକି ଥିଲା , ତାକୁ ମଧ୍ୟ ବର୍ଷା ଧୋଇଦେଲା । ତେବେ ଏ ବନ୍ଦକୁ ନ୍‌ଇ ସାଧାରଣ ଲୋକଙ୍କ ଭିତରେ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି ।
ରାଜ୍ୟରେ ଅନେକ ପ୍ରସଙ୍ଗ ଥିବା ବେଳେ ବିରୋଧି ଏଭଳି ପ୍ରସଙ୍ଗକୁ ନେଇ ବନ୍ଦ ର ଡାକରା ଦେବା ସାଧାରଣ ଲୋକଙ୍କୁ ପ୍ରଭାବିତ କରିପାରୁ ନାହିଁ । ମୁଖ୍ୟ ଅଭିଯୁକ୍ତ ନିଜର ଦୋଷ ସ୍ୱିକାର କରିବା ପରେ ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଜାରିଥିବା ଆନ୍ଦୋଳନର ଉଦ୍ଦେଶ୍ୟକୁ ନେଇ ଅନେକ ପ୍ରଶ୍ନ ଉଠୁଛି ।

Leave a Reply

Your email address will not be published. Required fields are marked *

Related Posts